
ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଅମୃତ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଓଡିଶାର ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେ ସୋସିଆଲ ମି଼ଡିଆରେ ଲେଖିଛନ୍ତି,କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଅମୃତ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ସିଦ୍ଧେଶ୍ୱର ଦାଶ, ଅନନ୍ତ ମହାପାତ୍ର, ଆନନ୍ଦ ବାଗ୍ ଓ ଗୋବିନ୍ଦ ଚନ୍ଦ୍ର ପାଲଙ୍କୁ ଅଭିନନ୍ଦନ । ଓଡ଼ିଶାର ଲୁକ୍କାୟିତ ଲୋକକଳା ଓ ନାଟକକୁ ଉଜ୍ଜୀବିତ କରି ରଖିବାରେ ଆପଣ ମାନଙ୍କ ଜୀବନବ୍ୟାପୀ ଅବଦାନ ପ୍ରଶଂସନୀୟ ।