-
ବିଦେଶକୁ ସ୍ୱଦେଶୀ ଟେକ୍ନୋଲୋଜି ରପ୍ତାନୀ କରିବା ଉପରେ ଗୁରୁତ୍ୱ ଦେଉ ଇଣ୍ଡଷ୍ଟ୍ରି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଭୁବନେଶ୍ୱର –ନୂଆ ଟେକ୍ନୋଲୋଜି ବିକଶିତ କରିବା ଓ ସ୍ୱଦେଶୀ ଟେକ୍ନୋଲୋଜି ବିଦେଶକୁ ରପ୍ତାନୀ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେକେଣ୍ଡାରି ଷ୍ଟିଲ ସେକ୍ଟର ଉପରେ ଅଲ ଇଣ୍ଡିଆ ଫର୍ନେସ ଆସୋସିଏସନର ୩୩ ତମ ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି ।ଏହି ଅବସରରେ ସେ କହିଛନ୍ତି ଯେ ଇଣ୍ଡଷ୍ଟ୍ରିକୁ ନୂଆ ଟେକ୍ନୋଲୋଜି ବିକଶିତ କରିବା ସହ ସ୍ୱଦେଶୀ ଟେକ୍ନୋଲୋଜିକୁ ରପ୍ତାନୀ କରିବା ଉପରେ ଧ୍ୟାନ ଦେବାକୁ ପଡିବ । ଏହା ଦ୍ୱାରା ଭାରତୀୟ ଇସ୍ପାତ କ୍ଷେତ୍ର ପ୍ରତିଯୋଗିତାମୂଳକ ହୋଇ ପାରିବା ସହ ଏହାକୁ ମୂଲ୍ୟଯୁକ୍ତ କରା ଯାଇ ପାରିବ । ଦେଶର ପାଖାପାଖି ଅଧା ଇସ୍ପାତ ଉପôାଦନ ସେକେଣ୍ଡାରି ଇସ୍ପାତ ସେକ୍ଟର ଦ୍ୱାରା କରା ଯାଇଥାଏ । ସରକାର ପଲିସି ଫ୍ରେମବାର୍କ ସମାବେଶୀ କରୁଛନ୍ତି । ସରକାର ସେକେଣ୍ଡାରି ଇସ୍ପାତ ସେକ୍ଟର ପାଇଁ କଂଚାମାଲ ସହଜରେ ଉପଲବ୍ଧ କରାଉଛନ୍ତି । ତେଣୁ ଇଣ୍ଡଷ୍ଟ୍ରି ମଧ୍ୟ ମୂଲ୍ୟ ଯୁକ୍ତ ଉପôାଦ ଉପôାଦନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ ଶିଳ୍ପକୁ ସୁହାଇଲା ଭଳି ମୂଲ୍ୟରେ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି । ତେଣୁ ଆମେ ଶକ୍ତିର ନୂଆ ଉତ୍ସ ଉପରେ ଧ୍ୟାନ ଦେଉଛୁ । ଆମେ ଗ୍ୟାସ ଆଧାରିତ ଅର୍ଥନୀତି ଆଡକୁ ଯାଉଛୁ । ଉର୍ଜା ଗଙ୍ଗା ଯୋଜନାରେ ଆମେ ବଡ ନେଟବର୍କ ତିଆରି କରୁଛୁ । ଦେଶରେ ୬୦୦ ମିଲିୟନ ଏମଟି ବାୟୋମାସ ରହିଛି । ଟେକ୍ନୋଲୋଜିକୁ ବ୍ୟବହାର କରି , ଅପଟେକ ଗ୍ୟାରେଂଟି ସହ ଆମେ ବାୟୋ ଗ୍ୟାସ ଉପôାଦନ ପାଇଁ ୫ ହଜାର ପ୍ଲାଂଟ ସ୍ଥାପନା କରିବାରେ ସହାୟତା କରିବାକୁ ଯୋଜନା କରୁଛୁ । ଭାରତ ବର୍ତମାନ ମଧ୍ୟ ଉଚ୍ଚ ଗୁଣବତା ବିଶିଷ୍ଟ ଇସ୍ପାତ ଆମଦାନୀ କରୁଛି । ଆମ ନିକଟରେ ବଡ ବଜାର ରହିଛି ଓ ପ୍ରଶିକ୍ଷିତ କାର୍ଯ୍ୟବଳ ମଧ୍ୟ ରହିଛି । ଆମକୁ ଏକ ଇକୋ ସିଷ୍ଟମ ତିଆରି କରିବାକୁ ପଡିବ ଯାହା ଦ୍ୱାରା ଆମେ ଅଧିକ ଉଚ୍ଚ ଗୁଣବତା ବିଶିଷ୍ଟ ଇସ୍ପାତ ଦେଶରେ ଉପôାଦନ କରିବା ସହ ଇସ୍ପାତ କ୍ଷେତ୍ରରେ ନେଟ ରପ୍ତାନୀକାରୀ ହେବା ଅଗ୍ରସର ହୋଇ ପାରିବା ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO