-
ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ର ଦାସ, ସୁବାସ ମୁଦୁଲି ଏବଂ ଜୟରାମ ମୁଦୁଲିଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ
ଭୁବନେଶ୍ୱର, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଗତ ଦିନରେ ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଦଳରୁ ବହିଷ୍କୃତ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ର ଦାସ, ସୁବାସ ମୁଦୁଲି ଏବଂ ଜୟରାମ ମୁଦୁଲିଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହୃତ ହୋଇଛି ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୁଚନା ଦେଇଛନ୍ତି ।
ଏହି କାର୍ଯ୍ୟକର୍ତାମାନେ ନିଜ ନିଜର ଭୁଲ ସ୍ୱୀକାର କରିବା ସହ ତା’ର ପୁନରାବୃତି ନକରିବା ଏବଂ ଏଣିକି ଦଳର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ମାନିବାର ପ୍ରତିଶୃତି ଦେବା ପରେ ବହିଷ୍କାର ଆଦେଶ ପ୍ରତ୍ୟାହୃତ ହୋଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।