କେନ୍ଦ୍ରାପଡ଼ା- ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଓ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଂଚର ମିଳିତ ଆହ୍ୱାନରେ ହେବାକୁ ଥିବା ସାମ୍ବିଧାନିକ ସମ୍ମିଳନୀ ପାଇଁ ପ୍ରସ୍ତୃତି ବୈଠକ ଅନୁÂିତ ହୋଇଯାଇଛି । ତରାଣ୍ଡ ନୋଡାଲ୍ ହାଇସ୍କୁଲ୍ରେ ଅନୁÂିତ ଏହି ପ୍ରସ୍ତୃତି ବୈଠକରେ ଶିକ୍ଷକ ନେତା ବୀରେନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଚଳିତ ମାସ ୨୯ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀର ଚୂଡାନ୍ତ ରୂପରେଖ ଓ ଏଜେଣ୍ଡା ସଂପର୍କରେ ଆଲୋଚନା କରାଯାଇଥିଲା । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ସାମ୍ବିଧାନୀକ ସମ୍ମିଳନୀ ହେବାକୁ ଥିବାବେଳେ ଏଥିରେ ରାଜ୍ୟସ୍ତରୀୟ ନେତୃବୃନ୍ଦ ଯୋଗଦେବେ । ଆଜିର ଏହି ପ୍ରସ୍ତୃତି ବୈଠକରେ ଅବନୀ କୁମାର ମହାନ୍ତି, ଧନେଶ୍ୱର ପାତ୍ର, ସୁଶାନ୍ତ ପ୍ରଧାନ, ବିଜୟ ଜେନା, କରୁଣାକର ଭଳ, ଉପେନ୍ଦ୍ର କର, ଅକ୍ଷୟ କୁମାର ଦାସ, ମୁରଲୀଧର ବେହେରା, ବିପିନ୍ ବିହାରୀ ଶତପଥି, ନିତ୍ୟାନନ୍ଦ ସାହୁ, ରାଜେନ୍ଦ୍ର ରାଉତ, ସୁନାମଣୀ ରାଉତ, ଅଶୋକ କୁମାର ସାହୁ, ଦୟାନିଧି ସ୍ୱାଇଁ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାମ୍ବିଧାନୀକ ସମ୍ମିଳନୀରେ ଜିଲ୍ଲାସ୍ତରୀୟ ନୂତନ କର୍ମକର୍ତା ଚୟନ କରାଯିବା ଯୋଜନା ରହିଛି । ଉଭୟ ସଂଗଠନର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ସୂଚନା ଦିଆଯାଇଛି ।
Related Stories
December 23, 2024