କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସେପ୍ଟେମ୍ବର 1 ତାରିଖ ଠାରୁ ଜିଲ୍ଲା ପ୍ରଶାସନ ଅଧୀନକୁ ଚାଇଲଡ ହେଲ୍ପ ଲାଇନ ଆସିବା ପରେ ଜିଲ୍ଲା ସ୍ତରୀୟ ପଦାଧିକାରୀ ଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଦେବାଶିଷ ରଥ, ପୂର୍ବତନ ଡାଇରେକ୍ଟର ଚାଇଲଡଲାଇନ ତାଙ୍କ ଅଭିଜ୍ଞତା ପରିପ୍ରକାଶ କରିଥିଲେ l ବର୍ତ୍ତମାନର ମାନବ ସମ୍ବଳ ସ୍ଥିତି ଓ କାର୍ଯ୍ୟ କରିବାର ଯୋଜନା ବିଷୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ବିସ୍ତୃତ ବର୍ଣ୍ଣନା କରିବା ପରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦେଶନାମା ଆସିବା ପର୍ଯ୍ୟନ୍ତ ଶିଶୁ ମାନଙ୍କ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ନିମନ୍ତେ ସବୁ ବିଭାଗର ସହଯୋଗରେ ଓ ସମନ୍ୱୟରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା l ଉଦ୍ଧାର କାର୍ଯ୍ୟ ନିମନ୍ତେ ପୋଲିସ ବିଭାଗ ପ୍ରମୂଖ ଭୂମିକା ଗ୍ରହଣ କରିବ l ତେବେ ପୁରୀ ମୁନିସିପାଲିଟି, ରେଲୱେ ଜି ଆର ପି, ଆର ପି ଏଫ, ଓପନ ସେଲଟର, ଉତ୍କଳ ବାଳାଶ୍ରମ କର୍ମକର୍ତ୍ତାଙ୍କ ସହଯୋଗ କ୍ରମେ ଉଦ୍ଧାର କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି l ଅଧ୍ୟକ୍ଷ ଶିଶୁ ମଙ୍ଗଳ କମିଟି ଡ଼ ଅଜିତ କୁମାର ମହାପାତ୍ର କହିଥିଲେ ଆବଶ୍ୟକ ସ୍ଥଳେ ଭିଡିଓ କଲ ମାଧ୍ୟମରେ ଶିଶୁଙ୍କ ଉପସ୍ଥାପନ କରାଯାଇପାରିବ l ଏହି ବୈଠକରେ ଶ୍ରୀ ବିରଜା ଶଙ୍କର ରଥ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ସୁବ୍ରତ ଚୌଧୁରୀ, ଜିଲ୍ଲା ଶ୍ରମ ଅଧିକାରୀ, ତିଳୋତ୍ତମl ରାଉତ, ଉପ ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ l ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 22, 2024