
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭିକେ ପାଣ୍ଡିଆନ ବ୍ରହ୍ମଗିରି ବ୍ଳକ ଏବଂ କୃଷ୍ଣପ୍ରସାଦ ବ୍ଲକ ଗସ୍ତ କରି ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ l
କୃଷ୍ଣପ୍ରସାଦ ବ୍ଲକ ଗୋପିନାଥ ପୁର ପଞ୍ଚାୟତ ଜେନାପୁର ଗ୍ରାମର ଗ୍ରାମବାସୀମାନେ ଶ୍ରୀ ଶ୍ରୀ ହରିସହଦେବ ମନ୍ଦିର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ 5T ଙ୍କୁ ଦାବିପତ୍ର ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଜେନାପୁର ଗ୍ରାମବାସୀମାନଙ୍କ ଦାବିପତ୍ରକୁ ଗ୍ରହଣ କରି ଶ୍ରୀ ଶ୍ରୀ ହରିସହଦେବ ମନ୍ଦିର ପୁନରୁଦ୍ଧାର ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତିl