
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀରେ ପ୍ରଥମ ଥର ପାଇଁ ବିଶ୍ଵ ଫିଜିଓଥେରାପି ଦିବସ ପାଳିତ ହୋଇଛି।ଏହି ଉପଲକ୍ଷେ ସଚେତନ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ବଳଗଣ୍ଡି ଛକ ପର୍ଯ୍ୟନ୍ତ ଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ(ପ୍ରୋଟୋକଲ)ଶରତ ମହାପାତ୍ର ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଉତ୍କଳ ଫିଜିଓଥେରାପି ଶାଖାର ଅଧ୍ୟକ୍ଷ ତଥା ବରିଷ୍ଟ ଫିଜିଓଥେରାପିଷ୍ଟ ଡା ସିଦ୍ଧାର୍ଥ ଶେଖର ପାତ୍ର ଆଜିର ଜୀବନ ଶୈଳୀରେ ଫିଜିଓଥେରାପି ର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଏଥିରେ ଅଧ୍ୟକ୍ଷା ଅପର୍ଣ୍ଣା ମହାନ୍ତି, ଡ଼ା ଆକାଶ ବେହେରା, ଚିତ୍ତରଞ୍ଜନ ମହାନ୍ତି, ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏବଂ ଜଗନ୍ନାଥ ଜି ଏନ୍ ଏମ ସ୍କୁଲର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏହି ସଚେତନତା ରାଲି କୁ 7ସ୍ପୋକସ ଭର୍ଡିଓର ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଇଥିଲା।