ଗଂଜାମ – ଆଜି ସନ୍ଧ୍ୟାରେ ପାର୍କ ସାହିସ୍ଥିତ ଚକ ଆୟୁର୍ବେଦ ଧାମଠାରେ ଆରୋଗ୍ୟ ଭାରତୀର ଏକ ବୈଠକ ଡ. ନକୁଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ଧନ୍ୱନ୍ତରୀ ବନ୍ଦନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଗ୍ରାମାଂଳରୁ ସହର ଯାଏଁ ପ୍ରାକୃତିକ ଚିକିତ୍ସା, ଯୋଗ, ଆସନ କାର୍ଯ୍ୟକ୍ରମ ଜନ ସାଧାରଣଙ୍କ ଠାରେ ପହଂଚାଇବା ପାଇଁ ସ୍ଥିର ହୋଇଥିଲା । ଛାତ୍ର ଛାତ୍ରୀ ମାନେ ଦିନ ଚର୍ଯ୍ୟା ଓ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଆଧୁନିକ ଜୀବନ ଶୈଳୀ ପରିତ୍ୟାଗ କରି ଚିକିତ୍ସା ବିଜ୍ଞାନ ଅନୁସାରେ ବଂଚିବା ପାଇଁ ସବୁ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ଗୃହୀତ ହେଲା । ବସ୍ତି ଅଂଚଳରେ ଘରୋଇ ଚିକିତ୍ସା ସମ୍ବନ୍ଧରେ ଅବଗତ କରାଇବା ପାଇଁ ସଭ୍ୟଙ୍କୁ ଦାୟିତ୍ୱ ଦିଆଗଲା । ଆଲୋଚନାରେ ଠା. ବିପିନ ବିହାରୀ ସାହୁ, ଡା. ସିଦ୍ଧନାଥ କର, ବୈଦ୍ୟ ସନ୍ତୋଷ କୁମାର ଆର୍ଯ୍ୟ, ଗୋପାଳ କୃଷ୍ଣ ପାଢ଼ୀ, ପିତାମ୍ବର ମହାରଣା, ଗଣେଶ୍ୱର ସାହୁ, ପିତାମ୍ବର ପାତ୍ର, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।