ମାଲକାନଗିରି- ବର୍ତମାନ ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ଚାଲିଥିବା ବେଳେ ଚାଷୀମାନଙ୍କ ବହୁ ସମସ୍ୟା ଦେଖାଦେଇଛି । ଗୋଟିଏ ପଟେ ଧାନମଣ୍ଡିରେ ଟୋକନ ନ ପାଇ ଚାଷୀମାନେ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ଭାଗଚାଷୀ ନାମରେ ଚାଷୀମାନଙ୍କ ଅଜାଣତରେ ତାଙ୍କର ଧାନ ବିକ୍ରି ହୋଇଯାଉଛି । ଜଣେ ଆଦିବାସୀ ଚାଷୀଙ୍କ ପଟ୍ଟାକୁ ଆଧାର କରି ଭାଗଚାଷୀ ଭାବେ ଅନ୍ୟ ଜଣେ ବ୍ୟକ୍ତି ଲ୍ୟାମ୍ପସ୍ ଅଧିକାରୀଙ୍କ ଠାରୁ ଟୋକନ ସଂଗ୍ରହ କରି ତାଙ୍କର ଧାନ ବିକ୍ରି କରୁଛନ୍ତି । ଫଳୋର ପ୍ରକୃତ ଚାଷୀ ନିଜର ଧାନ ବିକ୍ରି ପାଇଁ ଟୋକନ ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଯିବା ସମୟରେ ଚାଷୀଙ୍କ ଧାନ ବିକ୍ରି ହୋଇଯାଇଛି ବୋଲି ଅଧିକାରୀ ପ୍ରକାଶ କରୁଛନ୍ତି । ଫଳରେ ଆଦିବାସୀ ଚାଷୀମାନେ ନିଜରଧାନ ବିକ୍ରି କରି ପାରୁନାହାନ୍ତି । ଏ ସମ୍ବନ୍ଧରେ ମାଲକାନଗିରି ଥାନାରେ କିଛି ଭାଗଚାଷୀଙ୍କ ନାମରେ କେସ୍ ମଧ୍ୟ ରୁଜୁ ହୋଇଛି । ଜିଲ୍ଲା ପ୍ରଶାସନ ଏହି ଭାଗଚାଷୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ଅଧିକାଂଶ ଚାଷୀଙ୍କ ଲ୍ୟାମ୍ପରେ ନାମ ପଂଜିକରଣ ହୋଇ ନଥବବା କଥା ଜିଲ୍ଲା ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନ ନେବା ନିନ୍ଦନୀୟ ବିଷୟ । ଯଦି ଜିଲ୍ଲା ପ୍ରଶାସନ ଆଗାମୀ ୧୦ ଦିନ ମଧ୍ୟରେ ସମ୍ପୃକ୍ତ ଭାଗଚାଷୀ ଏବଂ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ ନ କରନ୍ତି ଚାଷୀ ଆନେ୍ଦାଳନକୁ ତୀବ୍ରତର କରଯିବା ସହ ଜିଲ୍ଲା ପ୍ରଶାସନକୁ ଅଚଳ କରି ଦିଆଯିବ ।
ଗତ ସାଧାରଣ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ଅନୁÂାନ, ଗାଡ଼ି ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଏକ କୋଟିରୁ ଉଦ୍ଧ୍ୱର୍ ଟଙ୍କା ବର୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ପୈଠ କରାଯାଇନାହିଁ । ଯେଉଁ ମାଲିକ ସ୍ୱର ଉତୋଳନ କରୁଛନ୍ତି ଜିଲ୍ଲା ପ୍ରଶାସନ ସେମାନଙ୍କୁ ଧମକ ଚମକ ଦେଉଛନ୍ତି । ଏହା ଏକ ନିନ୍ଦନୀୟ ଘଟଣା । ଯଦି ଜିଲ୍ଲା ପ୍ରଶାସନ ନିର୍ବାଚନରେ ବକେୟା ଥବବା ଟଙ୍କା ୧୦ ଦିନ ମଧ୍ୟରେ ଉକ୍ତ ମାଲିକ ମାନଙ୍କୁ ପୈଠ ନ କରନ୍ତି, ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଆନେ୍ଦାଳନ କରିବାକୁ ବାଧ୍ୟ ହେବ ।
ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳଙ୍କ ଇଙ୍ଗିତରେ ପ୍ରତ୍ୟେକ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଜବରଦସ୍ତ ମାସିକ ପି.ସି. ଆଦାୟ କରାଯାଉଥିବା ଏକ ନିନ୍ଦନୀୟ ଘଟଣା । ମାଲକାନଗିରି ଡି.ପି.ଇ.ପି. ଦ୍ୱାରା ବଂଟା ଯାଇଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଓ କିଟ୍ରେ ବହୁ ଟଙ୍କାର ଦୁର୍ନୀତି ହୋଇଛି । ମାଲକାନଗିରି କ୍ରସର ଲାଇସେନ୍ସ ରିନିୱାଲରେ ବହୁ ଟଙ୍କାର ଅର୍ଥ କାରବାର ହୋଇଛି । କିଛି ଠିକାଦାର କମ୍ପାନୀଙ୍କ ଠାରୁ ଜିଲ୍ଲାପାଳ ବହୁ ଟଙ୍କାର ଅର୍ଥ କାରବାର କରି ଅନୁକମ୍ପା ଦେଖାଇବା ଏକ ନିନ୍ଦନୀୟ ବିଷୟ । ଜିଲ୍ଲାପାଳଙ୍କ ଏକ ଏଜେଂଟ ମାଧ୍ୟମରେ ଯୋଗାଯୋଗ କରି ଟଙ୍କା ଆଦାୟ କରୁଛନ୍ତି ।
ଉପରୋକ୍ତ ବିଷୟ ଗୁଡ଼ଇକୁ ରାଜ୍ୟ ସରକାର ତୁରନ୍ତ ଅନୁସନ୍ଧାନ କରି ସମ୍ପୃକ୍ତ ଥିବା ମାଲକାନଗିରି ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ଜିଲ୍ଲା କଂଗ୍ରେସ ଦାବି କରିଛି । ନଚେତ୍ ଉକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଅଗାାମୀ ଦିନରେ ଜିଲ୍ଲାରେ ଏକ ବଡ଼ ଆନେ୍ଦାଳନ କରଯିବା ସହ ଜିଲ୍ଲା ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।