ପୁରୀ ଗୋପବନ୍ଧୁ ଆୟୁର୍ବେଦିକ କଲେଜ ଦୁର୍ନୀତି କୁ କେନ୍ଦ୍ର କରି ଆୟୁଷ ନିର୍ଦ୍ଧେଶକ ଙ୍କୁ ଅଭିଯୋଗ ସତ୍ୱେ ନୀରବତା ପଛର ରହସ୍ୟ କୁ ନେଇ ଯୁବ କଂଗ୍ରେସ ତରଫରୁ ୩ଦଫା ଦାବିପତ୍ର ସହ ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ଏହି ଚାପି ଦିଆ ଯାଉଥିବା ଦୁର୍ନୀତି ବିରୋଧରେ ସଚେତନ କରିଛି |
ଗୋଟିଏ ଚିଠିରେ ୨ ଡାଏରୀ ନଂ ଖୋଲିଲା ଗୁମର – ପଦାରେ ପଡିଲା କଲେଜ ଅଧ୍ୟକ୍ଷ ଙ୍କ କେଳେଙ୍କାରୀ – ବାହର କଲେଜ ପିଲାଙ୍କୁ ଦେଇଥିଲେ ସୁଯୋଗ – ଚିଠି, ଡାଏରୀ ପର୍ଦାଫାଶ କରିଛି ନାମଲେଖା ପଛର ରହସ୍ୟ
ଆୟୁଷ ନିର୍ଦ୍ଦେଶକ ଅଭିଯୋଗ ସତ୍ତ୍ବେ ନୀରବତା ପଛର ରହସ୍ୟ କୁ ନେଇ ଚର୍ଚ୍ଚା ପୁରୀ ସହରରେ ବଢିଛି |
ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଖାଲିଥିବା ସିଟ (ଟ୍ରାନ୍ସଫର ବେସିସ୍) ନାମଲେଖା ପାଇଁ କଲେଜ ଅଧ୍ୟକ୍ଷ ଆୟୁଷ ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ। ତତ୍କାଳୀନ ନିର୍ଦ୍ଦେଶକ ଏନେଇ ଏକ କମିଟି ଗଠନ କରିଥିଲେ। ଏହି ନାମଲେଖା କମିଟିରେ ଆୟୁଷ ନିର୍ଦ୍ଦେଶକ ଚେୟାରମ୍ୟାନ, ଯୁଗ୍ମ ନିର୍ଦ୍ଦେଶକ, ପୁରୀ ସମେତ ବଲାଙ୍ଗୀର ଓ ବ୍ରହ୍ମପୁର କଲେଜ ଅଧ୍ୟକ୍ଷ ମାନେ ଏହାର ସଦସ୍ୟ ରହିଥିଲେ। ଏହି କମିଟି ପୁରୀ କଲେଜ ରେ ୫ ଜଣଙ୍କୁ ନାମଲେଖା ସୁଯୋଗ ଦେଇଥିଲେ। ଏ ସମ୍ପର୍କ ରେ ଆୟୁଷ ନିର୍ଦ୍ଦେଶକ ଜିଏଏମ,ପୁରୀ ଅଧ୍ଯକ୍ଷଙ୍କୁ ଦେଇଥିବା ଚିଠି ନଂ ୬୦୧/୧୯।୦୧।୨୨ରେ ଉଲ୍ଲେଖ ରହିଛି। ଏହାର କଲେଜ ଡାଏରୀ ନଂ 272 ରହିଛି।
ଏହି ଚିଠି କ୍ରମାଙ୍କ(୬୦୧) କୁ ନକଲ କରାଯାଇ କଲେଜ ଆଉ ଏକ ଡାଏରୀ ନଂ 221 ୫ ପରିବର୍ତ୍ତେ ୭ ଜଣ ନାମ ଲେଖାଇଛନ୍ତି। ସେ ଦୁଇ ଜଣ ହେଲେ ଆଦ୍ୟାଶା ଦାସ ଓ ସୌମ୍ଯରଞ୍ଜନ ସାହୁ। ଏହି ଦୁଇ ଜଣ ଏସଏସଏନ ଆୟୁବେଦ ପାଇକମାଳ କଲେଜ ର ବୋଲି ଉଲ୍ଲେଖ ରହିଛି। ତେବେ ଉକ୍ତ କଲେଜ Web site ରେ 2020-21 ବ୍ଯାଚରେ ଏହି ଦୁଇଜଣ ଙ୍କ ନାମ ଉଲ୍ଲେଖ ନାହିଁ। ଅର୍ଥାତ ଏହି ଦୁଇ ଜଣ ସେ କଲେଜ ର ଛାତ୍ର ନୁହନ୍ତି। ଏଥିରୁ ସ୍ପଷ୍ଟ ଯେ, କଲେଜ କତୃପକ୍ଷ ଦୁଇ ଜଣ ବାହାର କଲେଜ ର ନକଲି ଛାତ୍ର ଙ୍କୁ ଡାକ୍ତରୀ ପାଠ ପଢିବା ସୁଯୋଗ ଦେଇଛନ୍ତି। ଏହାର ଠୋସ ପ୍ରମାଣ ହାତରେ ଲାଗିଛି।
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ୨୦୧୬ ଜଣେ ଛାତ୍ରୀ ବିନା ଏନଇଇଟି ରେ ପାସ କରିଥିବା ବେଳେ ୨୦୧୭-୧୮ ବ୍ଯାଚରେ ଅନୁରୁପ ଭାବେ ଦୁଇ ଜଣ ଛାତ୍ର ଜୁଲାଇ ମାସରେ ହାଉସ ସର୍ଜନ ହୋଇଛନ୍ତି |
ଏହାକୁ କେନ୍ଦ୍ର କରି ଯୁବ କଂଗ୍ରେସ ର ୩ଦଫା ଦାବିପତ୍ର ରହିଛି ଯେ ଗୋପବନ୍ଧୁ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଙ୍କ ସମ୍ପୃକ୍ତି ସହ ଅନ୍ୟ ୨ଜଣ ପିଲା ଙ୍କ ସତ୍ୟତା କୁ ପଦାକୁ ଆଣିବା ପାଇଁ ସ୍ୱତନ୍ତ୍ର ଏକ ୫ଜଣିଆ ଟିମ ଗଠନ କରାଯାଉ ଏବଂ ଏହାର ଯାଞ୍ଚ ତୁରନ୍ତ ୫ଦିନ ମଧ୍ୟ ରେ ଯାଞ୍ଚ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଦିଅନ୍ତୁ |
ଆୟୁଷ ମନ୍ତ୍ରାଳୟ ଚିଠି ଏବଂ ପ୍ରମାଣ କୁ କେନ୍ଦ୍ର କଲେ ଏବଂ ଅନ୍ୟ କଲେଜ ର ମତ କୁ କେନ୍ଦ୍ର କଲେ ଏହା ପ୍ରମାଣିତ କି ଗୋପବନ୍ଧୁ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ନିଜେ ସମ୍ପୃକ୍ତ ଏହି ମାମଲାରେ ତାଙ୍କୁ ପ୍ରଥମେ ଅଧ୍ୟକ୍ଷ ପଦରୁ ବହିସ୍କୃତ କରିବା ସହ ଗିରଫ କରାଯାଉ |
ଆୟୁର୍ବେଦିକ କଲେଜ ର ଅଧ୍ୟକ୍ଷ ଙ୍କ ଅମଳରେ ଆଜି ପଯ୍ୟନ୍ତ ପ୍ରତ୍ୟକ ବର୍ଷ ର ଆଡ଼ମିସନ ସହ କଲେଜ ର ବାର୍ଷିକ ଅଡିଟ ରିପୋର୍ଟ ସହ ଏହି ଅଧ୍ୟକ୍ଷ ଙ୍କ ଅମଳରେ ହୋଇଥିବା ଆୟୁର୍ବେଦିକ କଲେଜ ର ସମସ୍ତ କାର୍ଯ୍ୟ ର ଯାଞ୍ଚ ସହ ତାଙ୍କ ପରିବାର ସହ ଅଧ୍ୟକ୍ଷ ଙ୍କ ଅଚଳାଚଳ ସମ୍ପତ୍ତି ର ଭିଜିଲାନ୍ସ ଯାଞ୍ଚ କରାଯାଉ |
ଯଦି ଆଗାମୀ ୫ଦିନ ଭିତରେ ଦାବି ଗୁଡିକ ରେ ଜ଼ିଲ୍ଲା ପ୍ରଶାସନ ପଦକ୍ଷପ ନ-ନେବ ତେବେ ଆଗାମୀ ୫ ଦିନ ଶେଷରେ ଜ଼ିଲ୍ଲାପାଳ ଅଫିସ ଘେରାଉ ସହ ଭିଜିଲାନ୍ସ ଅଫିସ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଘେରାଉ କରିବ | ଦାବି ପ୍ରତି ଯଦି ଜ଼ିଲ୍ଲା ପ୍ରଶାସନ ସଚେତନ ନହୁଏ ଏହା ମାନିନେବୁ କି ପ୍ରଶାସନ ସହ ବିଜେପି ଓ ବିଜେଡି ର ନେତା ମଧ୍ୟ ସାମିଲ ରହିଥିବାରୁ ଏହା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ପ୍ରଶାସନ ନେଉ ନାହାନ୍ତି| ଏହାକୁ କେନ୍ଦ୍ର କରି ଆଇନ ଅମାନ୍ୟ ଆନ୍ଦୋଳନ କୁ ଜ଼ିଲ୍ଲା ଯୁବ କଂଗ୍ରେସ ପ୍ରସ୍ତ୍ରୁତ ରହିବ |
ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ,ପୁରୀ ବିଧାନସଭା ଯୁବ କଂଗ୍ରେସ ସଭାପତି ମନୋଜ ମଣ୍ଡଳ, ପୁରୀ ବିଧାନସଭା ଯୁବ କଂଗ୍ରେସ ଉପସଭାପତି ଅନିଲ ବେଜ, ସଦର ଯୁବ କଂଗ୍ରେସ ନେତା ଆଦିତ୍ୟ ସାମନ୍ତରାୟ ଙ୍କ ସହ ଅର୍ପିତ ଦିକ୍ଷୀତ, ସାହିଲ ମହାନ୍ତି, ମୁନା ବେହେରା, ନରସିଂହ ହାଣ୍ଡେଲ, ଆକାଶ ଭୋଇ, ବିଶ୍ୱଜିତ ଦାସ ଙ୍କ ସହ ଅନ୍ୟ ସମସ୍ତ ଯୁବ କଂଗ୍ରେସ ସଦସ୍ୟଙ୍କ ସହ ଜ଼ିଲ୍ଲାପାଳ ଙ୍କୁ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ ଏକ ୩ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା |