କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡିଶା ପୁରୀ ଆନୁକୂଲ୍ୟରେ ଓଡିଶା ସଂଗୀତ ପରିଷଦ ପରିସରରେ ଭାବ ଭକ୍ତିର ଠାକୁର ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ଶିକ୍ଷାବିତ ଶିବସୁନ୍ଦର ମିଶ୍ର l ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା ଯେ ଶ୍ରୀଜଗନ୍ନାଥ ସଂସ୍କୃତି ଭାରତୀୟ ଦର୍ଶନର ମୌଳିକ ସ୍ତମ୍ବ ଥିବାବେଳେ ଭାବ ଓ ଭକ୍ତି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ଦୁଇ ପ୍ରବାହ ମାନ ଧାରା l ବ୍ରହ୍ମର୍ଷି ନାରଦଙ୍କ ଠାରୁ ଆରମ୍ଭ କରି ଯମ, ଇନ୍ଦ୍ରଦ୍ୟୁମ୍ନ ଏବଂ ଐତିହାସିକ ପ୍ରମାଣରେ ଶଙ୍କରାଚାର୍ଯ୍ୟ, ରାମାନୁଜଚାର୍ଯ୍ୟ, ବଳଭlଚାର୍ଯ୍ୟ, ଶ୍ରୀ ଚୈତନ୍ୟ, ଶ୍ୟାମନନ୍ଦ, ରସିକାନନ୍ଦ ପ୍ରଭୁଙ୍କ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପ୍ରତି ଭାବ ଭକ୍ତି ଧାରାକୁ ଲୋକାନୁ ଶୀଳ କରିଛନ୍ତି l
ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ପଣ୍ଡିତ ସଦାଶିବ ମିଶ୍ର l ଶ୍ରୀ ମିଶ୍ର କହିଲେ ଭାବ ଓ ଭକ୍ତି ଥିଲେ ପ୍ରଭୁ ଭକ୍ତର ନିକଟତର ହୁଅନ୍ତି l ଏଥିପାଇଁ କୁହାଯାଇଛି ସମର୍ପଣ ଭାବ ହିଁ ଭାବ ଓ ଭକ୍ତିର ପ୍ରତୀକ l ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ହରିଶଙ୍କର ମିଶ୍ର, ସମ୍ମାନିତ ବକ୍ତାଭାବେ ରାଧାରଣମ ଫାଉଣ୍ଡେସନର ସମ୍ପାଦକ ଗୁରୁଚରଣ ଦାସ, ଅଧ୍ୟାପକ ଭାରତୀ ଭୂଷଣ ଦାସ, ଟ୍ରଷ୍ଟର ବରିଷ୍ଠ ସଦସ୍ୟା ପ୍ରତିଭା ତ୍ରିପାଠୀ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ ମଂଚାସୀନ ଥିଲେ l ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ଆୟୋଜିତ ଆଲୋଚନା ଚକ୍ରରେ ଡକ୍ଟର ରାନୁ ମିଶ୍ର, ଆଶାଲତା ମିଶ୍ର, ଡକ୍ଟର ସସ୍ମିତା ମିଶ୍ର, ପ୍ରଫେସର ଅଭିମନ୍ୟୁ ଭୂୟାଁ, ତୃପ୍ତି ପଣ୍ଡା, ଚିନ୍ମୟୀ ଗଜେନ୍ଦ୍ର, ସୁରେଶ କୁମାର ପଟ୍ଟନାୟକ, ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର, ଅନାମ ଚନ୍ଦ୍ର ସାହୁ, ଅଧ୍ୟାପିକା ଶୁଚିସ୍ମିତା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି ଭାବ ଭକ୍ତିର ଭାବନା ବ୍ୟକ୍ତ କରିଥିଲେ l ଏହି ଅବସରରେ ଦାଶରଥି ମହାପାତ୍ର ଓ ମନୋରମା ଆଚାର୍ଯ୍ୟଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ପରି ଶେଷରେ ଅଶୋକ କୁମାର ମହାନ୍ତି ଧାନ୍ୟବାଦ ଅର୍ପଣ କରିଥିଲେ l
Related Stories
November 23, 2024
November 23, 2024
November 23, 2024