ମାଲକାନଗିରି- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଟେରୁ ଫାଣ୍ଡି ଅଧିନସ୍ଥ ଚିତ୍ରାଙ୍ଗପାଲି ପଞ୍ଚାୟତ ଇନ୍ତାଗୁଡା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଗତକାଲି ରାତ୍ରରେ ଜଣକୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅଭିଯୋଗରେ ପୋଟେରୁ ପୋଲିସ ଚାରି ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗାଁରେ ଶିଶୁ ମାନେ ରୋଗରେ ପଡି ମରୁଥିବା ପଛରେ ଇନ୍ତାଗୁଡା ଗ୍ରାମର ଇର୍ମା କାରତାମି (45)ଙ୍କ ହାତ ଥିବା ଏବଂ ତାର ଗୁଣି ଗାରେଡ଼ି ଯୋଗୁ ଏପରି ହେଉଛି ବୋଲି ଗ୍ରାମବାସୀ ସନ୍ଦେହ କରି ତାକୁ ଶନିବାର ରାତ୍ରରେ ଗାଁ ରେ ଏକ ବୈଠକ କରି ଡାକିଥିଲେ । ସେଠାରେ ସେ ଏହା ପଛରେ ତାର କୌଣସି ଭୂମିକା ନଥିବା କହିବା ପରେ ବି ଗ୍ରାମବାସୀ ତା କଥା ଶୁଣି ନଥିଲେ । ଇର୍ମାକୁ ମାରପିଟ୍ କରିବାରୁ ତାର ମୃତ୍ୟୁ ହୋଇଯାଇଥିଲା । ସେ ମରିଯିବା ଦେଖି ସମସ୍ତେ ସେଠାରେ ତାକୁ ଛାଡି ଚାଲିଆସିଥିଲେ । ଇର୍ମାଙ୍କ ପତ୍ନୀ ଯୋଗୀ ଆଜି ସକାଳୁ ଏ ବିଷୟରେ ପୋଟେରୁ ଫାଣ୍ଡିରେ ଏତଲା କରିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ଵେବଚ୍ଛେଦ ନିମନ୍ତେ ପଠାଇଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ଚାରି ଜଣଙ୍କୁ ଫାଣ୍ଡିକୁ ଆଣି ପଚରା ଉଚୁରା କରିବା ସହ ଏଥିରେ ସାମିଲ୍ ଥିବା ଅନ୍ୟ ମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି ।
Related Stories
November 23, 2024