
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ନୀଳାଚଳ ସାରସ୍ଵତ ସଂଘ ସ୍ୱର୍ଗଦ୍ୱାର ପୁରୀ ପକ୍ଷରୁ ଶ୍ରୀଶ୍ରୀ ଠାକୁର ପରମହଂସ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବଙ୍କ ୧୪୪ତମ ଜନ୍ମ ଜୟନ୍ତୀ ପୁରୀରେ ପାଳିତ ହୋଇଯାଇଛି।୧୪୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଳତି, ମଧ୍ୟାହ୍ନ ଅଧିବେଶନ, ମହିଳା ସଭା ଓ ସନ୍ଧ୍ୟା ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୩ ହଜାର ରୁ ଉର୍ଦ୍ଧ ଭକ୍ତ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସଂଘ ସଭାପତି ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ନରେଶ ଚନ୍ଦ୍ର ପତି,ପରିଚାଳକ ଶରତ ଚନ୍ଦ୍ର ସିଂହଦେଓ କାର୍ଯ୍ୟକ୍ରମ
ପରିଚାଳନା କରିଥିଲେ।୨ ଦିନ ପାଇଁ ସମସ୍ତ ଭକ୍ତଙ୍କ ରହିବା ଏବଂ ପ୍ରସାଦ ପାଇଁ ସୁନ୍ଦର ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା |