-
ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଚାରିଧାମ ମଧ୍ୟରେ ପୁରୀ ଶ୍ରେଷ୍ଠ ଧାମ ହୋଇଥିବା ବେଳେ ପୁରୀକୁ ରାଜ୍ୟ ସରକାର ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ବନାଇବ ପାଇଁ ଚେଷ୍ଟା କରୁଛନ୍ତି |ହେଲେ ଜିଲ୍ଲା ପ୍ରଶାସନ ସେହି କ୍ଷେତ୍ରରେ ବିଫଳ ହୋଇଛନ୍ତି | ଶ୍ରୀମନ୍ଦିର ଚତୁର୍ପାଶ୍ୱ ପରିମଳ ବ୍ୟବସ୍ଥା ହେଉ ବା ପୁରୀ ହୋଟେଲ ଠାରୁ ଆରମ୍ଭ କରି ଲାଇଟ ହାଉସ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ଏବଂ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଉଠା ଦୋକାନୀ ଏବଂ ବାଇକ ପର୍କିଙ୍ଗ ଦ୍ୱାରା ରାସ୍ତା ଅବରୋଧ ଭଳି ଅନେକ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି |ସେହିପରି ଚୈତନ୍ୟ ଛକ ନିକଟରେ ରାସ୍ତା ଅବରୋଧ କରି ରାସ୍ତା ଉପରେ ଦୋକାନ କରିବା ଦେଖିବାକୁ ମିଳୁଛି |ରାସ୍ତା ଉପରେ ଆଇନ ଉଲଂଘନ କରି ଦୋକାନ ଦେଇଥିବା ବ୍ୟକ୍ତିଙ୍କ ଉପରେ ଜିଲ୍ଲା ପ୍ରଶାସନ କଣ ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି ସେ ନେଇ ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ?ଯେ କାହା ସ୍ୱାର୍ଥ ପାଇଁ ରାସ୍ତା ଅବରୋଧ କରାଯାଇ ଦୋକାନ କରିବା ପାଇଁ ଅନୁମତି ଦିଆଯାଇଛି |ପୁରୀ ହୋଟେଲ ଠାରୁ ଆରମ୍ଭ କରି ଲାଇଟ ହାଉସ ପର୍ଯ୍ୟନ୍ତ ସଦାସର୍ବଦା ଟ୍ରାଫିକ ଜାମ ରହୁଥିବା ବେଳେ ଚୈତନ୍ୟ ଛକ ନିକଟରେ ରାସ୍ତା ଅବରୋଧ କରି ଦୋକାନ ଦେଇଥିବା ବ୍ୟକ୍ତିଙ୍କ ଠାରୁ ସରକାରୀ ବାବୁ ମାନେ ସ୍ୱାର୍ଥ ହାସଲ କରୁଥିବା ଜଳ ଜଳ କରି ଦିଶୁଛି |ଯଥାଶୀଘ୍ର ଦୋକାନ ଗୁଡିକୁ ସ୍ଥାନାନ୍ତର କରାଯାଇ ପୁରୀ ହୋଟେଲ ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵ ରାସ୍ତା ଅବରୋଧ ହଟାଗଲେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ ବୋଲି ବୁଦ୍ଧିଜୀବୀ ମାନେ ନିଜର ମତ ବ୍ୟକ୍ତ କରିଛନ୍ତି |