
ବ୍ରହ୍ମପୁର, ତିନି ଦିନିଆ ଗଞ୍ଜାମ ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫- ଟି ସଚିବ ଭି କେ ପଣ୍ଡିଆନ ବ୍ରହ୍ମପୁର ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କରିଥିଲେ। ବିବେକ ବିହାର ସ୍ଥିତ ସଭାରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ କହିଲେ ଗଞ୍ଜାମରେ ୪୦ ହାଜର କୋଟି ଟଙ୍କାର ନିବେଶରେ ଶିଳ୍ପ ସ୍ଥାପନ ହେବ। ସେଥିରେ ୧୦୦୦୦ ଲୋକ ନିଯୁକ୍ତି ପାଇବେ। ଗ୍ରୀନ ହାଇଡ୍ରୋଜେନ୍ ନାମକ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଟାଟା ଏସଇଜାଡ ଅଞ୍ଚଳରେ ୨୦ ହାଜର କୋଟି ନିବେଶ ପାଇଁ ପ୍ରସ୍ତୁତ ଅଛି। ଏହି କମ୍ପାନୀରେ ପ୍ରାୟ ୪ ହଜାର ଲୋକ ନିଯୁକ୍ତି ପାଇବେ ବୋଲି ସେ କହିଥିଲେ। ସେହିଭଳି ୫- ଟି ସଚିବ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟର କଥା ମନେ ପକାଇଥିଲେ। ତାଙ୍କ ସମୟରେ ଗଞ୍ଜାମ କିପରି ୪ ବର୍ଷରେ ଚାରୋଟି ଜାତୀୟ ପୁରସ୍କାର ପାଇଥିଲା ସେ କଥା ମଧ୍ୟ କହିଥିଲେ। ଦୁଇଥର ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଜାତୀୟ ପୁରସ୍କାର, ଭିନ୍ନକ୍ଷମ ଥଇଥାନ ଏବଂ ଏଡ଼ସ ସଂକ୍ରମଣ ହ୍ରାସ ପାଇଁ ଆଉ ଦୁଇଟି ଏହିଭଳି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗଞ୍ଜାମ ଜିଲ୍ଲା ଚାରୋଟି ଜାତୀୟ ପୁରସ୍କାର ପାଇଥିଲା ବୋଲି ସେ କହିଥିଲେ। ଗଞ୍ଜାମ ଲୋକଙ୍କୁ ସାହସୀ, ସ୍ଵାଭିମାନୀ ଏବଂ କର୍ମଠ ବୋଲି କହିବା ସହ ଗଞ୍ଜାମ ସହ ତାଙ୍କ ସମ୍ପର୍କ ବର୍ଣ୍ଣନା କରିଥିଲେ। କୋଭିଡ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସାରା ବିଶ୍ଵ ପାଇଁ ନିୟନ୍ତ୍ରଣର ମାର୍ଗଦର୍ଶକ କିପରି ହୋଇପାରିଥିଲା ସେ ବିଷୟ ଉଥାପନ୍ କରିଥିଲେ। ଏସଏଚଜି ମାଆ ମାନଙ୍କୁ ମୁଖ୍ୟମନ୍ତ୍ରୀ ଢେର୍ ଭଲ ପାଆନ୍ତି। ସେଥିପାଇଁ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ମୁକ୍ତା ଯୋଜନାର ସମସ୍ତ କାମ ଏସଏଚଜି ଗୋଷ୍ଠୀକୁ ଦିଆଯାଉଛି। ପୌର ପ୍ରଶାସନ ଓ ଯନ୍ତ୍ରୀମାନେ ପୂର୍ଣ୍ଣ ସହଯୋଗ କରିବାକୁ କହିଛନ୍ତି। ବିଲ୍ କରିବାରେ ଦିନେ ବି ବିଳମ୍ବ ହେଲେ କିମ୍ବା ହଇରାଣ କରୁଥିବା ଅଭିଯୋଗ ଆସିଲେ ଦୃଢ଼ କାରଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।
୫- ଟି ସଚିବ ଦିନ ୧୧ ଟା ରେ ବିବେକ ବିହାର ଠାରେ ପହଞ୍ଚିଥିଲେ। ଲୋକଙ୍କ ସହ ଭାବ ବିନିମୟ ପରେ ଅଭିଯୋଗ ପତ୍ର ସଂଗ୍ରହ କରିଥିଲେ ଏବଂ ୭ ଦିନ ଭିତରେ ଅଭିଯୋଗ ଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।ଏଠାରୁ ସେ ସାନଖେମୁଣ୍ଡି, ଦିଗପହଣ୍ଡି, ଚିକଟି ପରେ ସେ ଛତ୍ରପୁର ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି ରେ ଯୋଗ ଦେଇ ଭୁବନେଶ୍ୱର ଫେରି ଯାଇଥିଲେ l5-ଟି ସଚିବଙ୍କ ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସ୍ପି ଡ଼ ସର୍ବଣା ବିବେକ ଏମ୍,କମିଶନର ଯେ ସୋନାଲ, ଭି କିର୍ତ୍ତୀ ଭାସନ,ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO