ଭୁବନେଶ୍ୱର, ମହିଳା ହୋମ ଗାର୍ଡ ସୈରେନ୍ଦ୍ରି ସାହୁ ଙ୍କୁ ଡିଆଇଜିଙ୍କ ପତ୍ନୀ ଦ୍ୱାରା ଦିଆଯାଇଥିବା ନିର୍ଯାତନା ମାମଲାରେ ତଦନ୍ତ ଜାରି ରହିଛି। ତଦନ୍ତ ପରେ ମହିଳା କମିଶନଙ୍କୁ ରିପୋର୍ଟ ଦେବୁ। ତଦନ୍ତ ସରିବା ପରେ ଏନେଇ ଗଣ ମାଧ୍ୟମକୁ ଜଣାଇବୁ। କ୍ରାଇମ୍ ଏଗେନେଷ୍ଟ ୱିମେନ୍ , ଚିଲ୍ଡରେନ୍ ୱିଂ ଏସପି ରଶ୍ମିକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ପୂର୍ବରୁ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା 15ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ।