
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବାଘଆଖେଡା ମଠ ପରିସରରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି l ନାଗରିକ ମଞ୍ଚର ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ l ପରିବାରର ମୂଳଦୁଆ ହେଉଛନ୍ତି ବରିଷ୍ଠ ନାଗରିକ l ତାଙ୍କର ଜୀବନ ଓ ଅଭିଜ୍ଞତାକୁ ନେଇ ବହୁ କିଛି ଶିଖିବାର ଆବଶ୍ୟକ ରହିଛି l ସେମାନଙ୍କ ସ୍ନେହ, ଭଲପାଇବା, ଆଶୀର୍ବାଦ, ଅମୁଲ୍ୟ ଓ ନିସ୍ଵାର୍ଥପର ହୋଇଥାଏ l ଆଜିର ବିଶ୍ଵ ବରିଷ୍ଠ ନାଗରିକ ଦିବସ ଅବସରରେ ବରିଷ୍ଠ ନାଗରିକ ମାନଙ୍କର ବହୁବିଧ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ଦେଶର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେବା ଉଚିତ ଯେ ବରିଷ୍ଠ ନାଗରିକଙ୍କ ସେବା କରିବା ସହିତ ସେମାନଙ୍କ ଉପଲବ୍ଧି, ପରିବାର ଓ ଦେଶ ପ୍ରତି ସମର୍ପଣ ଭାବ ପାଇଁ ବରିଷ୍ଠ ନାଗରିକଙ୍କୁ ପ୍ରଶଂସା କରିବା ନିମନ୍ତେ ଯୁବପିଢ଼ି ଆଗେଇ ଆସିବା ଦରକାର ବୋଲି ଆଲୋଚନା ହୋଇଥିଲା l ଉତ୍ସବ ଅବସରରେ
ଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡାକ୍ତର କାମଦେବ ଦାସ, ଡକ୍ଟର ଶରତ କୁମାର ସାହୁ, ଅବସର ପ୍ରାପ୍ତ ଅତିରିକ୍ତ ଏସପି ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବିଶ୍ଵ ବରିଷ୍ଠ ନାଗରିକ ଦିବସର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ l ମଞ୍ଚ ପରିଚାଳନା କରିଥିଲେ ମଞ୍ଚର ସମ୍ପାଦକ ଦେବେନ ଦାସ l କାର୍ଯ୍ୟକ୍ରମରେ ଶଙ୍କର ବାରିକ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବଟକୃଷ୍ଣ ସ୍ୱାଇଁ, ସନ୍ତୋଷ କୁମାର ମହାନ୍ତି, ଅରୁଣ କୁମାର ମହାନ୍ତି, କର୍ଣ୍ଣ ପ୍ରଧାନ, କୃଷ୍ଣ ଚରଣ ମହାନ୍ତି, ତ୍ରିବିକ୍ରମ ମିଶ୍ର, ସୁରେନ୍ଦ୍ର ସାମନ୍ତରାୟ, କୃପାସିନ୍ଧୁ ରାଉତରାୟ, ସତ୍ୟନାରାୟଣ ମିଶ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l