-
ପୁରୀ ଜିଲ୍ଲାରୁ ୧୭ ଜଣ ପ୍ରତିଯୋଗୀ ଅଶଂ ଗ୍ରହଣ କରିଛନ୍ତି,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଓଡିଶା ଜୁଡୋ ଆସୋସିଏସନ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଜୁଡୋ-୨୦୨୩ ପାରାଦୀପ ପୌର ସଦନରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗୀତାରେ ପୁରୀ ଜିଲ୍ଲାରୁ ….୧୭ ଜଣ ପ୍ରତିଯୋଗୀ ଅଶଂ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀ ଖେଳାଳି ମଧ୍ୟରୁ ୧୪ ଜଣ ପଦକ ହାସଲ କରିଛନ୍ତି। ସେଥି ମଧ୍ୟରୁ ୪ ଜଣ ଖେଳାଳି ଶ୍ରେଷ୍ଟ ପ୍ରଦଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଖେଳାଳି ମାନେ ଜାତୀୟ ସ୍ତରକୁ ଖେଳିବା ପାଇଁ ମୋନିନୀତ ହୋଇ ପୁରୀ ଜିଲ୍ଲାର ଗୌରବ ଅର୍ଜନ କରିଛନ୍ତି |ଏହି କୃତି ଜୁଡୋକା ମାନେ ହେଲେ ଜୁନିଅର ବର୍ଗରେ ସୁଦର୍ଶନ ଜାଲି ଓ ରୁଦ୍ରପ୍ରସାଦ ପଣ୍ଡା ସବ୍ ଜୁନିୟର ବର୍ଗରେ ହେଲେ ଏସ କିରଣ ରେଡ୍ଡୀ, ଧରିତ୍ରୀ ମହାପାତ୍ର।
୪ ଜଣ ସ୍ଲିବର ପଦକ ହାସଲ କରିଥିବା ଜୁଡୋକା ମାନେ ହେଲେ ସୁଭଲକ୍ଷ୍ମି ବିଶ୍ବାଳ, କେ ଶିବା, ରଶ୍ମି ରଞ୍ଜନ ଦାସ, ସତ୍ୟ ନାରାୟଣ ପାଢ଼ୀ,
୬ ଜଣ ବ୍ରୋଞ୍ ପଦକ ହାସଲ କରିଥିବା ଜୁଡୋକା ହେଲେ କରନ ଖାନ୍, ନିଖିଲ କୁମାର ସାହୁ, ରୋନାଲି ଗିରିରୋଜାଲିନ ଜାଲି, ମଧୁସ୍ମିତା ବିଶ୍ବାଳ, ଲିକୁନା ଦାସ୍,
…
ଏହି କୃତି ପ୍ରତିଯୋଗୀକୁଂ ସମ୍ୱର୍ଧନା ସହିତ ଅନ୍ୟ ଖେଳାଳୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ପୁରୀ ୟୁଥ ହଷ୍ଟେଲ ସଭା ଗୃହରେ ଏକ ସମ୍ୱର୍ଦ୍ଧନା ସଭା ପୁରୀ ଜୁଡୋ ସ୍କୁଲ ତରଫରୁ ଆୟୋଜନ କରାଯାଇଥିଲା । ଏହି ସମ୍ୱର୍ଧନା ସଭାରେ ଶ୍ରୀଯୁକ୍ତ ପ୍ରଦୁମ୍ନ ମିଶ୍ର, ପୁରୀ ଜିଲ୍ଲା ସ୍କୁଲର ପୂର୍ବତନ କ୍ରୀଡାଶିକ୍ଷକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପରିଡା, ପୁରୀ ଜିଲ୍ଲା ସ୍କୁଲର ଅବିଭାବକ ସଂଘର ସଭାପତି ଶ୍ରୀଯୁକ୍ତ ସୁଧାଶୁଂ ଶେଖର ରାଏ, ପୁରୀ ଜିଲ୍ଲା ସ୍ତୁଲର କ୍ରୀଡାଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ ରେଡ୍ଡୀ, ନିତା ଫୁଟବଲ ଏକାଡେମୀ ହ୍ୟାଣ୍ଡବଲ କୋଚ ଶ୍ରୀଯୁକ୍ତ ଅଭିମନ୍ୟୁ ଶତପଥି ଓ ସଂପାଦକ ଆଡଭୋକେଟ ସତ୍ୟବ୍ରତ ଷଡଗୀଂ, ସମାଜ ସେବୀ ରମେଶ ଚନ୍ଦ୍ର ନାୟକ, ବରିଷ୍ଟ ଜୁଡୋ କୋଚ୍ ସବିତା ନନ୍ଦ, କୋଚ୍ ଲକ୍ଷ୍ମଣ ସୀଙ୍କୁ ଓ କୋଚ୍ ସତ୍ୟ ନାରାୟଣ ପାଢ଼ୀ ଉପସ୍ଥିତ ରହି ପ୍ରତିଯୋଗୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା କରିଥିଲେ । ମୂଖ୍ୟଅତିଥି ଶ୍ରୀଯୁକ୍ତ ପ୍ରଦୁମ୍ନ ମିଶ୍ର ଅବିଭାଷଣରେ ସମାଜରେ ବଢୁଥିବା ଅପରାଧକୁ ନିର୍ଦ୍ଧିଷ୍ଠ ଭାବରେ ଝିଅମାନେ କିପରି ଆତ୍ମରକ୍ଷା କରିପାରିବେ ଓ ସମସ୍ତ ସ୍ତୁଲରେ ଜୁଡୋ ଖେଳକୁ ପ୍ରଧାନ୍ୟ ଦବା ନମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀକୁଂ ଅନୁରୋଧ କରିଥିଲେ । ଆଡଭୋକେଟ ସୁଧାଶୁଂ ଶେଖର ରାଏ, ଅନ୍ତ ବିଦ୍ୟାଳୟ ସ୍ତରରେ ଜୁଡୋକୁ ଅନ୍ତର୍ଭୂକ୍ତ କରାଯିବା ପାଇଁ ଯୁକ୍ତିବାଢିବା ସହିଚ ସ୍କୁଲର ଖେଳ ପିରିୟଡରେ ଜୁଡୋ ଖେଳକୁ ଛାତ୍ରଛାତ୍ରୀକୁଂ ଶିକ୍ଷା ଦବା ନିମନ୍ତେ ସରକାରକୁଂ ଅନୁରୋଧ କରିଥିଲେ ।
ସାହାଯ୍ୟ ଓ ସହଯୋଗ ଯୋଗାଇ ଆସୁଥିବା ପୁରୀ ଜିଲ୍ଲା ସ୍କୁଲ ଓ ବ୍ରେଟ୍ଟ୍ରିକ ସ୍କୁଲ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ଓ ସଂଯୋଜକ “ବଡଦାଣ୍ଡ ସେବା” ସଂଗଠନର ମନୋଜ କୁମାର ସାହୁ ଉପସ୍ଥିତ ଅତିଥିକୁଂ ଧନ୍ୟବାଦ ଅର୍ପଣ୍ଣ କରିଥିଲେ ।