-
ଶହୀଦ ପରିବାର କୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କ ଭାବପୂର୍ଣ୍ଣ ସମ୍ମାନ
-
ଦେଶରେ ଦେଶାତ୍ମବୋଧ ସୃଷ୍ଟି ରେ ପ୍ରଧାନମନ୍ତ୍ରୀ ସ୍ମରଣ ରହିବେ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ମେରି ମାଟି -ମେରା ଦେଶ ମାଧ୍ୟମରେ ଭାରତବର୍ଷ ର ୧୪୫କୋଟି ଜନଗଣଙ୍କ ମଧ୍ୟରେ ଦେଶାତ୍ମବୋଧ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମରଣ ରହିବେ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ। ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସର ର ପେଣ୍ଠକଟା ପରିସରରେ ଶହୀଦମାନଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିବା ସହ କେନ୍ଦ୍ରମନ୍ତ୍ରୀ ସୀତାରମଣ ଦଶଜଣ ଶହୀଦ ପରିବାରଙ୍କ ପଦସ୍ପର୍ଶ ପୂର୍ବକ ସମ୍ମାନ ପ୍ରଦାନ କରି ସମବେତ ଚାରି ହଜାର ଛାତ୍ର ଛାତ୍ରୀ ଙ୍କୁ ଅଭିଭୂତ କରିଥିଲେ। ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଶ୍ରୀନିବାସ ବରଖଡିଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ, ଦେଶର ସେନାଙ୍କୁ ସଶକ୍ତ କରିବା ସହ ଦେଶାତ୍ମବୋଧ ଚେତନା ରେ ମୋ ମାଟି-ମୋ ଦେଶ ପ୍ରତି ଯୁବଗୋଷ୍ଠୀଙ୍କୁ ଅନୁପ୍ରାଣିତ କରିବ ବୋଲି କହିଥିଲେ।ଏହି ଅବସରରେ ମାନ୍ୟବର ଦୁଇ ମନ୍ତ୍ରୀ , ପୁରୀ ଜିଲ୍ଲାର ଶହୀଦ ଫଳକ ଉଦଘାଟନ କରିବା ପରେ, କେନ୍ଦ୍ରମନ୍ତ୍ରୀ ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ , କୁଳପତି ପ୍ରଫେସର ଶ୍ରୀନିବାସ ବରଖଡି , ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ବଦ୍ରି ମିଶ୍ର ଔଷଧୀୟ ବୃକ୍ଷରୋପଣ କରିଥିଲେ।ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୁଆ ଯୋଜନା ପଞ୍ଚପ୍ରାଣକୁ ଅର୍ଥମନ୍ତ୍ରୀ ଶପଥ ପାଠ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ବିତ ପାତ୍ର, ସିଆରପିଏଫ୍ ଡିଆଇଜି ଏମ୍ . ରଘୁରାମ,ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଧାୟକ ଲଳିତେନ୍ଦୁ ମହାପାତ୍ର, କୁଳପତି ପ୍ରଫେସର ଶ୍ରୀନିବାସ ବରଖଡି ଓ ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦ ,ମଧୁକେଶ୍ଵର ଭଟ୍ଟ ମଞ୍ଚାସିନ ଥିଲେ। ଏହି ଅବସରରେ ଶହୀଦ ସୁଦାମ ଚରଣ ଦାସ,ବିଜୟ କୁମାର ଭୋଇ, ପିତବାସ ବାରିକ, ଜୀତେନ୍ଦ୍ର କୁମାର ପ୍ରଧାନ, ଉପେନ୍ଦ୍ର କୁମାର ଭୋଇ, ମନୋରଞ୍ଜନ ଲେଙ୍କା, ଦେବାଶିଷ ବିଶ୍ଵାଳ, ଶାରଥା ପ୍ରଧାନ, ଶ୍ୟାମସୁନ୍ଦର ବାରିକ ଓ ଦିଲୀପ କୁମାର ବଳିଆର ସିଂହଙ୍କ ପରିବାରକୁ ସମ୍ମାନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଶୋଭନା ମିଶ୍ର ଓ ଅଧ୍ୟାପକ ବିଶ୍ଵନାଥ ମିଶ୍ର ସଂଯୋଜନା କରିଥିବା ବେଳେ, ପ୍ରାଧ୍ୟାପକ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ରମାକାନ୍ତ ମିଶ୍ର, ବିଶ୍ବରଂଜନ ପତି , ଶମ୍ଭୁନାଥ ମହାଳିକ,ବିଦ୍ୟାଧର ହରିଚନ୍ଦନ, ନନ୍ଦିଘୋଷ ମହାପାତ୍ର ଓ ପ୍ରିୟରଞ୍ଜନ ରଥ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।