
ଭଦ୍ରକ – ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଫେଲ୍ ମାରିଛି ବିଜେପିର ନିର୍ବାଚନ ରଣନୀତି। କ୍ଷମତା ହାସଲ ପାଇଁ ଦଳ ଆପଣେଇଥିବା ନେତୃତ୍ବ ପରିବର୍ନ ରାଜନୀତି ଦଳ ପାଇଁ ବେକାର ସାବ୍ୟସ୍ତ ହୋଇଛି। ଦଳର ପୁରୁଣା ନେତାଙ୍କୁ ଉପେକ୍ଷା କରି ନବାଗତଙ୍କ ଉପରେ ଭରସା କରିବା ଦଳପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯାହାର ପ୍ରତିଫଳନ ଏବେ ଦଳୀୟ ନେତୃତ୍ବ ଉପରେ ପ୍ରତିଫଳିତ ହୋଇଛି। ପରାଜୟ ପରେ ଦଳୀୟ ନେତୃତ୍ବ ନେବାକୁ ନିର୍ବାଚନ ମଣ୍ଡଳୀରେ ଏବେ ଦଳର ସେହି ଧରଣର ନେତା ନାହାଁନ୍ତି କିମ୍ବା ନେତୃତ୍ବ ନାହó। ଯାହାକୁ ନେଇ ଏବେ ବାସୁଦେବପୁର ବିଜେପି ରାଜନୀତି ଏକ ପ୍ରକାର ଅସହାୟ ହୋଇ ପଡିଥିବା କୁହାଯାଉଛି। ଦଳୀୟ ଟିକେଟରୁ ଅନ୍ତର କରାଯାଇଥିବା େଯାଗୁଁ ଦଳର ପୁରୁଣା ନେତା ଦୀନବନ୍ଧୁ ପତି ସଂଗଠନ ଠାରୁ ନିଜକୁ ଦୂରେଇ ନେଇଥିବା ବେଳେ କ୍ରମାଗତ ପରାଜୟ ଦଳର ନବାଗତ ନେତା ମାଧ ମଲିକଙ୍କୁ ଏକ ପ୍ରକାର ଅସହାୟ କରିପକାଇଛି। ଗତ ନିର୍ବାଚନରେ ଦଳ ଏହି ଆସନକୁ ହାତେଇବା ସକାଶେ ଦୀନବନ୍ଧୁ ପତିଙ୍କୁ ଅନ୍ତର କରି ନବାଗତ ମାଧବାନନ୍ଦ ମଲ୍ଲିକଙ୍କୁ ଦଳୀୟ ଟିକେଟ୍ ଦେଇଥିଲା। ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ମାଧବାନନ୍ଦ ଦଳ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। ହେଲେ ଗତ ନିର୍ବାଚନରେ କଂଗ୍ରେସରୁ ଲଢି ମାଧବାନନ୍ଦ େଯତିକି ଭୋଟ ପାଇଥିଲେ ଦଳ ପରିବର୍ନ କରି କେବଳ ପରାଜି ହେଲେନାହó। ପରନ୍ତୁ ପ୍ରତିଦ୍ବନ୍ଦ୍ବିତାରେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଗତ ପଂଚାୟତ ନିର୍ବାଚନରେ ଦଳର ଜିଲା ପରିଷଦ ପ୍ରାର୍ଥୀ ପ୍ରାୟ ୪୬ ହଜାରରୁ ଉଦ୍ଧ୍ର୍ବ ଭୋଟ୍ ପାଇଥିବା ବେଳେ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ମାତ୍ର ୩୫ ହଜାର ଭୋଟରେ ସନ୍ତୁଷ୍ଟ ରହିବାକୁ ପଡିଥିଲା। ସବୁଠାରୁ ବଡ କଥା ହେଲା ଦଳର ବିଧାନସଭା ପ୍ରାର୍ଥୀ ଭାବେ ମାଧବାନନ୍ଦଙ୍କୁ ମାତ୍ର ୩୫ ହଜାର ଭୋଟ ମିଳିଥିବା ବେଳେ ଦଳର ସଂସଦୀୟ ପ୍ରାର୍ଥୀ ଅଭିମନୁ୍ୟ ସେଠୀଙ୍କୁ ୬୧ ହଜାରରୁ ଉଦ୍ଧ୍ର୍ବ ଭୋଟ ମିଳିଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା େଯ ହୁଏତ ମାଧବାନନ୍ଦଙ୍କ ବିରୁଦ୍ଧରେ ଦଳରେ ଅନ୍ର୍ତଘାତୀ ହୋଇଥିଲା ନଚେତ୍ ତାଙ୍କର ବିଜେପିର େଯାଗଦାନକୁ ଦଳର ସବୁ ବର୍ଗର ଭୋଟର ସହଜରେ ଗ୍ରହଣ କରିପାରିନଥିଲେ। ନିର୍ବାଚନର ଏହି ପରାଜୟ ଏବେ ମାଧବାନନ୍ଦଙ୍କୁ ସଂପୂର୍ର୍ଣ ଭାବେ ଅସହାୟ କରିଦେଇଥିବା କୁହାଯାଉଛି। କ୍ରମାଗତ ପରାଜୟ ସହିତ ବୟସାଧିକ ଅସୁସ୍ଥତା ତାଙ୍କୁ ଆଉ ସକ୍ରିୟ ରାଜନୀତିରେ ତିଷ୍ଠି ରହିବା ନେଇ ସନ୍ଦେହ ସୃଷ୍ଟି କରିଛି। ତେଣେ ଦଳୀୟ ଟିକେଟରୁ ଅନ୍ତର କରି ଦୀନବନ୍ଧୁଙ୍କ ଦଳ ରାଜ୍ୟ ପ୍ରବକ୍ତା ଭାବେ ନିଯୁକ୍ତି ଦେଇଥିଲେ ମଧ୍ଯ ରାଜ୍ୟ ରାଜନୀତି କଥା ଦୂରକୁ ଥାଉ ଜିଲା ରାଜନୀତିରୁ ଦୀନବନ୍ଧୁ ଏକ ପ୍ରକାର ଅନ୍ତର ହୋଇ ଯାଇଥିବା ପରିଲକ୍ଷିତ ହୋଇଛି। ଦଳର ଅନ୍ୟତମ ରାଜ୍ୟ ପ୍ରବକ୍ତା ସହିତ ରାଜ୍ୟ କାର୍ଯ୍ୟକାରିଣୀରେ ଥାଇ ମଧ୍ଯ ଜିଲାସ୍ତରରେ ଗୋଟିଏ ହେଲେ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖôବାକୁ ମିଳୁନି। ଏଥିନେଇ ଦୀନବନ୍ଧୁଙ୍କୁ େଯାଗାେଯାଗ କରାଯାଇଥିବା ବେଳେ ସେ କହିଥିଲେ ନୂଆ ନିଯୁକ୍ତି ପରେ ତାଙ୍କୁ ଗତ ୩ ମାସ ମଧ୍ଯରେ କେବଳ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଥରକ ପାଇଁ ଡକାଯାଇଥିବାବେଳେ ଜିଲା କାର୍ଯ୍ୟକ୍ରମରେ ସାମିଲ ହେବା ଦୂରକୁ ଥାଉ ଜିଲା କାର୍ଯ୍ୟକ୍ରମ ସଂପର୍କରେ ତାଙ୍କୁ କୌଣସି ସୂଚନା ମଧ୍ଯ ଦିଆଯାଉନାହó। ସେହିଭଳି ବାସୁଦେବପୁର ବିଧାନସଭା ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ୍ ଦିଆନଯିବା ପଛରେ ବିଧିବଦ୍ଧ ଷଡଯନ୍ର ରହିଥିଲା ବୋଲି ସେ ଅଭିେଯାଗ କରିଛନ୍ତି। ବାସୁଦେବପୁର ବିଜେପି ରାଜନୀତିରୁ ତାଙ୍କୁ ହଟାଇବା ସକାଶେ ନିଜ ଦଳର ଏକ ନିଦ୍ର୍ଧିଷ୍ଟ ଗୋଷ୍ଠୀ ଏହି ଷଡଯନ୍ର ରଚନା କରିଥିଲେ ବୋଲି ସେ ଅଭିେଯାଗ କରିଛନ୍ତି। ଯାହାକି ଦଳୀୟ ପରାଜୟର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ତେବେ ଦଳୀୟ ପରାଜୟ ପରେ ଏବେ ବାସୁଦେବପୁର ବିଜେପି ସଂଗଠନକୁ ପୁଣି ସଂଗଠିତ କରିବାର ସମୟ ଆସିଛି। ରାଜ୍ୟ ହାଇକମାଣ୍ଡ ଦଳର ବିପର୍ଯ୍ୟୟର ସମୀକ୍ଷା କରିବା ସହିତ ଦଳକୁ ସଂଗଠିତ କରିବାକୁ ଉପଯୁକ୍ତ ନେତୃତ୍ବ ଦେବାକୁ ସେ ଦାବୀ କରିଛନ୍ତି। ତାହା ନହେଲେ ଆଗକୁ ଏହି ନିର୍ବାଚନ ମଣ୍ଡଳୀରେ ଦଳୀୟ ସ୍ଥିତି ଅଧିକ ଜଟିଳ ନହେବ, ତାହା କୁହାଯାଇପାରିବ ନାହó ବୋଲି ସେ କହିଛନ୍ତି।