କନ୍ଧମାଳ, ଟିକାବାଲି ବ୍ଲକ କୋଟିମାହା ଗ୍ରାମପଞ୍ଚାୟତର କୋଟିମାହା ଠାରେ ସହିଦ୍ ଙ୍କ ଜନ୍ମଭୂମିରେ ମେରୀ ମିଟି ମେରା ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ୧୨୭ ବାଟାଲିୟନ ସିଆରପିଏଫ ବାଲିଗୁଡ଼ାର ସେକେଣ୍ଡ କମାଣ୍ଡେଣ୍ଟ , ସର୍ବେଶ୍ଵର ବେହେରା ଏବଂ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ମଣିପୁର ଠାରେ ସହିଦ୍ ହେଇଥିବା ଜବାନ ପ୍ରଫୁଲ୍ଲ କୁମାର କହଁରଙ୍କ ଗ୍ରାମରେ ଏହି କାର୍ଯକ୍ରମ କରାଯାଇଥିଲା। ଏହି ଦିବସରେ ତାଙ୍କର ଧର୍ମ ପତ୍ନୀଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସହିଦ୍ ଙ୍କ ଗ୍ରାମର ମାଟିକୁ ଦିଲ୍ଲୀର ରାଜ ବାଟିକାକୁ ପଠାଯାଇଥିଲା।
Related Stories
May 15, 2024