ଭଦ୍ରକ – ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ଥାନା ଅଧିନରେ ଏକ ଶିଶୁ ଯୌନଉତ୍ପିଡନ ମାମଲାର ତଦନ୍ତ କରିବା ନିମନ୍ତେ ଶିଶୁମଙ୍ଗଳ କମିଟିର ସଭ୍ୟ ସତ୍ୟ ସୁନ୍ଦର ପୁହାଣ, ସ୍ମୃତିରେଖା ମହାନ୍ତି, ସଙ୍ଗିତା ଗିରି, କାର୍ଯ୍ୟାଳୟ ସହକାରୀ ମନୋଜ କୁମାର ସାହୁ ସର୍ଜ୍ଜମିନ୍ ପହଂଚି ତଦନ୍ତ କରି ଜାଣିଲେ ଯେ, ସେଠାକାର ସ୍କୁଲର ପାଚେରୀ ନାହିଁ । ପଛପଟ ପୋଖରୀ ଅଛି ଯାହାକି ପିଲାମାନଙ୍କ ପାଇଁ ବିପଦପୂର୍ଣ୍ଣ ଅଟେ ଏବଂ ସ୍କୁଲର ମୁଖ୍ୟ ଫାଟକରେ ତାଲା ପଡ଼ୁନାହିଁ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଘଟଣା ବିଷୟରେ ପଚାରିବାରୁ ସେ ପ୍ରସଙ୍ଗକୁ ଆଡ଼େଇ ଦେଇ ଅନ୍ୟ ବିଷୟବସ୍ତୁ ଉପରେ ଆଲୋଚନା କଲେ । କମିଟିର ସଭ୍ୟମାନେ ତଦନ୍ତରୁ ଅନୁଭବ କଲେ ଯେ, ସେଠାରେ ପିଲାମାନେ ସୁରକ୍ଷିତ ନୁହ୍ୟନ୍ତି । ତେଣୁ ତୁରନ୍ତ ପଦକ୍ଷେପ ନିମନ୍ତେ କମିଟି ତରଫରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ପତ୍ର ନଂ ସିଡ଼ବ୍ଲସି /୬୧୩ / ୧୯ ତାରିଖ ୧୯.୧୨.୧୯ରେ ନିର୍ଦ୍ଦେଶ ଦିଆଯାଇଛି ।
Related Stories
December 23, 2024