ଝାରସୁଗୁଡ଼ା – ଗତକାଲି ରାତି ଠାରୁ ଲଗାଣ ବର୍ଷା ଫଳରେ ଏସପି ଅଫିସ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତାରେ ଆଜି ଦୁଇ ଫୁଟ୍ ଉଚ୍ଚରେ ପାଣି ଚାଲିଥିଲା । ଆଜି ଭୋର୍ ପ୍ରାୟ ୫ଟା ଠାରୁ ସକାଳ ସାଢେ଼ ୮ଟା ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ଚାଲିବା ଫଳରେ ଯାନବାହନ ଚଳାଚଳ ଦୀର୍ଘ ସମୟ ଧରି ବାଧାପ୍ରାପ୍ତ ହୋଇଥିଲା । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ଏହି ରାସ୍ତାଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରିଥାଏ । ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ରୋଗୀ ଏହି ରାସ୍ତା ଦେଇ ଡାକ୍ତରଖାନାକୁ ଯାଇଥାନ୍ତି । ଏପରି ରାସ୍ତାରେ ପାଣି ଚାଲିବା ଫଳରେ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି ।
Related Stories
November 22, 2024