
ଭୁବନେଶ୍ୱର, କଟକ ବାରଙ୍ଗ ଛକରୁ ଗୋଟିଏ ସ୍କର୍ପିଓ ସହ ୧୦୪୦ ଲିଟର ଦେଶୀ ମଦ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଆଠଗଡରୁ ଏହା ଚାଲାଣ ହେଉଥିଲା। ଚଢାଉ ବେଳେ ଅବକାରୀ ବିଭାଗ ଅଧିକାରୀଙ୍କ ସହ ମଦ ମାଫିଆଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଥିବା ସୂଚନା ମିଳିଛି ।