ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ, ରାଜ୍ୟରେ ୧ ଜୁନ୍ ରୁ ୮ ଅଗଷ୍ଟ ସୁଦ୍ଧା ୬୪୪.୯ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ ସ୍ଵାଭାବିକ୍ ବର୍ଷା ୬୫୬.୮ ମି.ମି ରହିଥାଏ ।
ଏହି ଅବଧି ମଧ୍ୟରେ ୭ ଜିଲ୍ଲାରେ ନିଅଂଟିଆ, ୭ ଜିଲ୍ଲାରେ ଅତ୍ୟଧିକ ଏବଂ ଅନ୍ୟ ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।