କେନ୍ଦ୍ରାପଡ଼ା – ଜିଲ୍ଲାର ମହାକାଳପଡା ବ୍ଲକ ଅଧିନ ଦେଉଳିପଡାର ଗଜେଶ୍ୱର ଉଚ୍ଚ ବିଦ୍ୟାଳୟର ପରିଚାଳନା ସମିତି ଗଠନ ପାଇଁ ଆହୁତ ବୈଠକରେ କେତେକ ଅସାମାଜିକ ବ୍ୟକ୍ତି ପାଟି ତୁଣ୍ଡ ଓ ଗାଳିଗୁଲଜ କରି ଏହାକୁ ଭଣ୍ଡୁର କରିଛନ୍ତି । ସେହି ବ୍ୟକ୍ତିମାନଙ୍କୁ ସିଆର୍ସିସି ବୈଠକକୁ ଡାକି ଗଣ୍ଡଗୋଳର ସୁଯୋଗ ଦେଇଥିବାରୁ ଗ୍ରାମବାସୀମାନେ ସିଆର୍ସିସିଙ୍କ ବଦଳୀ ଦାବି କରିଛନ୍ତି । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଲିଖିତ ଅଭିଯୋଗ କରାଯିବା ସହ ତୁରନ୍ତ ପରିଚାଳନା ସମିତି ଗଠନ କରିବା ପାଇଁ ଦାବି କରିଛନ୍ତି । ଅଭିଯୋଗ ମୁତାବକ ସରକାରଙ୍କ ନୂତନ ନିୟମ ଅନୁଯାୟୀ ପ୍ରାଇମେରୀ ଓ ହାଇସ୍କୁଲ୍ ଥିବା ଗୋଟିଏ କ୍ୟାମ୍ପସ୍ରେ ଗୋଟିଏ ପରିଚାଳନା ସମିତି ରହିବା କଥା । ଏଥିପାଇଁ ଚଳିତ ମାସ ୧୨ ତାରିଖରେ ବୈଠକ ଆହ୍ୱାନ କରାଯାଇଥିଲା । ବୈଠକରେ ପ୍ରଧାନ ଶିକ୍ଷକ ସୈାଭାଗ୍ୟ କୁମାର ମହାନ୍ତି, ସହକାରୀ ଶିକ୍ଷକ ଶୀତେଶ ନନ୍ଦ ଓ ସିଆର୍ସିସି ଦେବବ୍ରତ ଷଡଙ୍ଗୀ ଉପସ୍ଥିତ ଥିଲେ । ଏହି ବୈଠକରେ ସିଆର୍ସିସି ଡାକିଥିବା କିଛି ବ୍ୟକ୍ତି ଗଣ୍ଡଗୋଳ କରି ଏହାକୁ ଭଣ୍ଡୁର କରିଥିବାରୁ ତାଙ୍କୁ ବଦଳି କରିବା ସହ ପରିଚାଳନା ସମିତି ଗଠନ ପାଇଁ ଗ୍ରାମର ପ୍ରତାପ ରଂଜନ ତ୍ରିପାଠୀ, ପ୍ରଦୀପ କୁମାର ଦାସ, ଅକ୍ଷୟ କୁମାର ପଲେଇ, ପ୍ରେମଲତା ସୁତାର, କଳ୍ପନା ସୁତାର, ସ୍ନେହଲତା ସାହୁ, ଗୋଲାପ ସାହୁ, ଫୁସି ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି ।
                            
                        
	                    Related Stories
                        
            
                
                            
                    
                        October 30, 2025            
            
            
                                    
            
                        
                                
                            
 
                    







