
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସ୍ଥାନୀୟ ଚନ୍ଦ୍ରଶେଖର ପାଠାଗାର ଠାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ର ଚାରିଦ୍ୱାର ସମସ୍ତ ଭକ୍ତ ଙ୍କ ପାଇଁ ଖୋଲିବା ନିମନ୍ତେ ଏକ ସମ୍ବାଦିକ ସମିଳନୀ ସଚେତନ ନାଗରିକ ମଞ୍ଚ ର ସଭାପତି ତଥା ଆଇନି ଜୀବୀ ପ୍ରସନ୍ନ ଦାଶ ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହେଇଥିଲା ।ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏହି ଚତୁର୍ବର୍ଗ ର ଦାତା ପରଂବ୍ରହ୍ମ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିର ରେ ବିଦ୍ୟମାନ। ଚତୁର୍ବର୍ଗ ର ପ୍ରତୀକ ଭାବେ ଥିବା ଚାରିଦ୍ବାର ବାଟ ଦେଇ ଭକ୍ତଗଣ ନିଜର ପ୍ରାର୍ଥନା ଅନୁଯାୟୀ ଶ୍ରୀମନ୍ଦିର ର ଭିତରକୁ ଯାଇଥାନ୍ତି। ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ବ୍ୟତୀତ ଶ୍ରୀ ମହାପ୍ରସାଦ ପାଇଁ ଓ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପାର୍ଶ୍ବଦେବାଦେବୀ ଙ୍କ ମନ୍ଦିର ରେ ପୂଜା କରିବା ପାଇଁ ପୁରୀ ସହର ସମେତ ପଞ୍ଚକୋଶୀ ଅଞ୍ଚଳର ବାସିନ୍ଦା ବିଭିନ୍ନ ଦ୍ବାର ବାଟେ ଶ୍ରୀମନ୍ଦିର ଭିତରକୁ ଯାଉଥିଲେ। ବିଶ୍ବମହାମାରୀ କରୋନା ର ସଂକ୍ରମଣ କୁ ପ୍ରତିହତ କରିବା ଲକ୍ଷ୍ୟରେ ପ୍ରାୟ ଦୁଇବର୍ଷ ଶ୍ରୀମନ୍ଦିର ରେ ଭକ୍ତଙ୍କ ପ୍ରବେଶ କୁ ନିୟନ୍ତ୍ରିତ କରାଯାଇଥିଲା।ମହାପ୍ରଭୁଙ୍କ କରୁଣାରୁ ମହାମାରୀ ଆତଙ୍କ ର ଅନ୍ତହେଲା ମାତ୍ର ମହାପ୍ରଭୁ ଙ୍କୁ କୃତଜ୍ଞତା ଜଣାଇବା ପଥରେ ବାଧକ ସାଜିଲା ପ୍ରଶାସନ।କାହା ନିର୍ଦ୍ଦେଶ ରେ, କଣ ପାଇଁ, କିଏ ବନ୍ଦ କଲା ଶ୍ରୀମନ୍ଦିର ର ଚାରିଦ୍ୱାର ରେ ଭକ୍ତ ଙ୍କ ପ୍ରବେଶ ତାହା ଏବେ ବି ପ୍ରଶ୍ନବାଚୀ ।ଅବଶ୍ୟ କିଛି ମୁଷ୍ଟିମେୟ ଭକ୍ତ, ଭି ଆଇ ପି ,ସୁରକ୍ଷା ଦାଇତ୍ୱ ରେ ଥିବା କର୍ମଚାରୀ ଙ୍କ ବନ୍ଧୁମାନେ ,ପରିବାର,ସେବକମାନଙ୍କର କିଛି ଭକ୍ତ ମନ୍ଦିର ର ସବୁଦ୍ୱାର ରେ ପ୍ରବେଶ କରି ପାରୁଛନ୍ତି ।ମାତ୍ର ଅନ୍ୟ ଭକ୍ତ ଙ୍କ ପାଇଁ କାହିଁକି ଏତେ କଟକଣା ? ଭଗବାନ ଙ୍କ ପାଖକୁ ଭକ୍ତ ଯିବାକୁ କେମିତି ଯିବ କେତେବେଳେ ଯିବ କିପରି ଯିବ ତାହା କଣ ପ୍ରଶାସନ ସ୍ଥିର କରିବ ? ଶ୍ରୀମନ୍ଦିର ଚତୁରପାର୍ଶ୍ଵ ରେ କୋଟି କୋଟି ଖର୍ଚ୍ଚ ହେଉଛି ସେଇ ଭକ୍ତ ଙ୍କ ପାଇଁ । ଭକ୍ତ ଯଦି ଭଗବାନ ଙ୍କ ପାଖକୁ ଯିବାକୁ ଏତେ କଟକଣା ତେବେ ଏ ଖର୍ଚ୍ଚ ଓ ବିକାଶ ର ମୁଲ୍ୟ କଣ ?ଶ୍ରୀମନ୍ଦିର ର ସୁରକ୍ଷା ନାମରେ ଆରମ୍ଭ ହୋଇ ଥିବା ଐତିହ୍ୟକରିଡ଼ର, ଚାର୍ ଟଏଲେଟ୍ ଓ ସୌନ୍ଦର୍ଯ୍ୟକରଣ ନାମରେ କରାଯାଉଥିବା ନିର୍ମାଣକାର୍ଯ୍ୟ ର ଆଳ ଦେଖାଇ ସିଂହଦ୍ଵାର ବ୍ୟତିତ ଅନ୍ୟ ଦ୍ବାର ପଟେ ପ୍ରବେଶ ବନ୍ଦ ରଖାଯାଇଛି। ପ୍ରଚଣ୍ଡ ଖରା ଓ ବର୍ଷା ସମୟରେ ଅକଥନୀୟ କଷ୍ଟ ପାଇ ଶିଶୁ ଠାରୁ ଆରମ୍ଭ କରି ବୟସାଧିକ୍ୟ ଭକ୍ତଗଣ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ କଷ୍ଟ ପାଉଛନ୍ତି। ପ୍ରାୟ ଚାରିଘଣ୍ଟା ପାଇଁ ଶୌଚାଦି ର ବ୍ୟବସ୍ଥା ନ’ଥିବା କାରଣରୁ ଅନେକ ଭକ୍ତ ଡାଏପର ଆଦି ପିନ୍ଧି ମଧ୍ୟ ମନ୍ଦିର ଭିତରକୁ ଯାଉଛନ୍ତି। ଅନେକ ସ୍ଥାନୀୟ ବାସିନ୍ଦା ମନ୍ଦିର ଯିବା ଭୁଲିସାରିଲେଣି। ବଡ଼ଦାଣ୍ଡ ରେ ବାରିକେଟ କରି ରାସ୍ତା ସଙ୍କୁଚିତ କରିବା ଦ୍ୱାରା ଓ ଉଠା ଦୋକାନି ବଡ଼ ଦାଣ୍ଡରେ ନିଜର ବେପାର କରିବା ଦ୍ୱାରା ଟ୍ରାଫିକ ଗହଳି ହେବା ର ନଜିର ଅଛି ।ଅବଶ୍ୟ ଚୋରା ରେ ଭକ୍ତ ଙ୍କୁ ଛାଡ଼ିବା ଅନେକଙ୍କ ପାଇଁ ଏକ ଲାଭପ୍ରଦ ଆୟର ପନ୍ଥା ହୋଇପାରିଛି।ଚାରିଦ୍ବାର ଖୋଲାଯିବା ଦାବିରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଥିଲା ଦସ୍ତଖତ ସଂଗ୍ରହ ଅଭିଯାନ।ସମଗ୍ର ରାଜ୍ୟରେ ଏହି ଅଭିଯାନ ଏକ ତରଙ୍ଗ ସୃଷ୍ଟି କରିଛି। ଅନେକ ବରେଣ୍ୟ ନାଗରିକ ଓ ସ୍ବେଚ୍ଛାସେବୀ ଅଭିଯାନ ରେ ମନକୁମନ ସାମିଲ ହୋଇଥିବା ବେଳେ ଏ’ପର୍ଯ୍ୟନ୍ତ ଶୋଇରହିଥିବା ଅନେକ ସଂଗଠନ ଓ ରାଜନେତା ଙ୍କ ନିଦ ମଧ୍ୟ ଭାଙ୍ଗିଯାଇଛି। ତରବରିଆ ଭାବେ ପ୍ରଶାସନ ପୁରୀବାସିନ୍ଦା ଙ୍କ ପାଇଁ ପଶ୍ଚିମଦ୍ବାର ଖୋଲିଥିଲେ ବି ଆମର ଦାବି ଥିଲା ଓ ଅଛି ସବୁ ଦ୍ୱାର ରେ ଭକ୍ତ ଙ୍କ ପ୍ରବେଶ । କିନ୍ତୁ ଭକ୍ତ ଙ୍କ ଭିତରେ ଫରକ କଣ ପାଈଁ ? ପୁରୀ ସହର ଓ ସଦର ଅଞ୍ଚଳରେ ଦସ୍ତଖତ ଅଭିଯାନ ଚାଲିଥିବା ସମୟରେ ଶହଶହ ଭକ୍ତ କାନ୍ଦି ପକାଉଥିବା ଆମର ଅନୁଭୂତ ହୋଇଛି। ବର୍ଷାଋତୁ କାରଣରୁ ୨୦ ଦିନ ପରେ ଅଭିଯାନ କୁ ବିରାମ ଦେଇଛୁ। ଆଗକୁ ଆମ ନିକଟରେ ଥିବା ହଜାର ହଜାର ଦସ୍ତଖତ ଆମେ ମହାମହୀମ ରାଜ୍ୟପାଳ ଙ୍କୁ ଦେବାକୁ ସ୍ଥିର କରିଛୁ। ଯଦି ଚାରିଦ୍ବାର ଭକ୍ତ ଙ୍କ ପାଇଁ ନ’ଖୋଲେ, ତେବେ ଆଗାମୀ ଦିନରେ ଭକ୍ତ ସମାଜର ସହଯୋଗ ରେ ଆମେ ଶ୍ରୀମନ୍ଦିର ର ଚାରିଦ୍ବାର ର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ନିରବ ଧାରଣା ଦେବାକୁ ସ୍ଥିର ହୋଇଛି । ଏପର୍ଯ୍ୟନ୍ତ ଆମକୁ ସମର୍ଥନ ଓ ସାହସ ଯୋଗାଇଆସିଥିବା ଭକ୍ତ ସମାଜ ଆଗକୁ ମଧ୍ୟ ଏହି ଅଭିଯାନ ରେ ଅଂଶୀଦାର ହେବେ ବୋଲି ମଞ୍ଚ ଦୃଢୋକ୍ତି ପ୍ରକାଶ କରିଛି ।
ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଚେତନ ନାଗରିକ ମଞ୍ଚ ର ଉପଦେଷ୍ଟା ନାରାୟଣ ଦାଶ ,ହରିଶଙ୍କର ମିଶ୍ର, ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ, ସଚିନନ୍ଦନ ଦାଶ, ତ୍ରିଲୋଚନ ଦାସ, ସ୍ୱାଧୀନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |