ବଲାଙ୍ଗିର,ସହରର ଜଣାଶୁଣା ବ୍ଯକ୍ତି ରାମେଶ୍ବର ନଗର ନିବାସୀ ଶଂଶାଙ୍କ ମଟାରୀ (୩୩)ଙ୍କ ଗତକାଲି ସଡକ ଦୁର୍ଘଟଣାରେ ମୃତ୍ଯୁ ଘଟିଛି। ପ୍ରକାଶ ଥାଉକି, ବଲାଙ୍ଗୀର ଅନ୍ତର୍ଗତ ଦେଓଗାଁ ନିକଟରେ ଏକ ମାଲବୋଝେଇ ଟ୍ରକ୍ ଆଗରେ ମୁହାଁ ମୁହିଁ ହୋଇ ଶ୍ରୀ ମଟାରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କୁ ତୁରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯିବା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶଂଶାଙ୍କ ମଟାରୀ ମେଡିସିନ୍ ରିପ୍ରେଜେଣ୍ଟିଭ୍ ଭାବେ କାର୍ଯ୍ୟ କରୁଥିଲେ। ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସହରରେ ଶୋକର ଛାୟା ଖେଳି ଯାଇଛି।