
ଭୁବନେଶ୍ୱର, ଯାତ୍ରୀ ସୁବିଧାକୁ ଅଧିକ ସୁଗମ କରିବା ତଥା ଷ୍ଟେସନକୁ ଅଞ୍ଚଳର ସାମାଜିକ ଓ ଆର୍ଥିକ ପ୍ରଗତିର କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ୨୫ଟି ଷ୍ଟେସନ ସମେତ ଦେଶର ୫୦୮ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ ।
ମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକାଶ ପାଇଁ ପୂର୍ବତଟ ରେଳପଥର / ଓଡିଶାର 25 ଟି ରେଳ ଷ୍ଟେସନ୍ କୁ ଚୟନ କରାଯାଇଛି | ଏହି ଷ୍ଟେସନଗୁଡ଼ିକ ହେଉଛି…ସାକ୍ଷୀଗୋପାଳ – 34.8 କୋଟି, ମଞ୍ଚେଶ୍ୱର – 26.9 କୋଟି, ଢ଼େଙ୍କାନାଳ – 26.1 କୋଟି, ଛତ୍ରପୁର – 25.6 କୋଟି, ଅନୁଗୁଳ – 25.4 କୋଟି, ମେରାମଣ୍ଡଲୀ – 22.0 କୋଟି, ବାଲୁଗାଁ – 21.4 କୋଟି, ଲିଙ୍ଗରାଜ ଷ୍ଟେସନ ରୋଡ – 19.5 କୋଟି, ତାଳଚେର ରୋଡ – 18.9 କୋଟି, ଖୋର୍ଦ୍ଧା ରୋଡ – 18.0 କୋଟି, କଣ୍ଟାବାଞ୍ଜି – 26.3 କୋଟି, ବରଗଡ଼ ରୋଡ଼ – 21.9 କୋଟି, ହୀରାକୁଦ – 20.8 କୋଟି, ରେଢ଼ାଖୋଲ – 20.8 କୋଟି, ବରପାଲି -19.9 କୋଟି, ମୁନିଗୁଡା – 19.0 କୋଟି, ବଲାଙ୍ଗୀର – 18.4 କୋଟି, ହରିଶଙ୍କର ରୋଡ଼ – 16.6 କୋଟି, ଭବାନୀପାଟଣା – 15.9 କୋଟି, ଖରିଆର୍ ରୋଡ୍-13.7 କୋଟି, ଦାମନଯୋଡି -13.9 କୋଟି (ପୂର୍ବତଟ ରେଳପଥ ମଧ୍ୟରେ) ଏବଂ ବଡ଼ବିଲ – 16.0କୋଟି, ରାଜଗାଙ୍ଗପୁର – 30.0 କୋଟି, ବାରିପଦା – 17.0କୋଟି ଓ ଜଳେଶ୍ୱର – 23.0କୋଟି (ଦକ୍ଷିଣ ପୂର୍ବ ରେଳପଥ ମଧ୍ୟରେ) ଓଡ଼ିଶାରେ ସମୁଦାୟ 531.8 କୋଟି ଏବଂ ପଲାସା – 23.9 କୋଟି, ବିଜୟନଗରମ – 35.8 କୋଟି, ଦୁଭାଡା – 26.3 କୋଟି (ସମୁଦାୟ) 86.0 କୋଟି ଆନ୍ଧ୍ର ପ୍ରଦେଶରେ ପୂର୍ବତଟ ରେଳପଥ ଅଧୀନରେ ଏବଂ ଛତିଶଗଡ଼ ର ମହାସମୁନ୍ଦ – 15.9 କୋଟି (ପୂର୍ବତଟ ରେଳପଥ ଅଧୀନରେ) (ସମୁଦାୟ 547.7 କୋଟି ପୂର୍ବତଟ ରେଳପଥ ମଧରେ) ଅନ୍ତର୍ଭୁକ୍ତ |