ଜୟପୁର, ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସ ପାଇଁ ଜିଲ୍ଲାର ସମସ୍ତ ସମାଜର କାର୍ଯ୍ୟକାରିଣି ସଦସ୍ୟଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁ଼ଷ୍ଠିତ ହୋଇଥିଲା । ବାବା ସାହେବ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବୈଠକ କୁ ମୁକୁନ୍ଦ ହୋନ୍ତାଳକଂ ନେତୃତ୍ୱରେ ସଭାଟିକୁ ସମ୍ପୁର୍ଣ କରାଯାଇଥିଲା । ଜିଲ୍ଲାର ୧୨ ଗୋଟି ସମାଜର କର୍ମକର୍ତା ଏହି ବୈଠକରେ ନିଜ ନିଜ ସମାଜର ସମସ୍ୟାକୁ ଉପସ୍ଥାପନା କରିଥିଲେ ।ଆଗାମୀ ଦିନରେ କେମିତି ଆଦିବାସୀଙ୍କର ଉନ୍ନତି ହେବ ,ଶିକ୍ଷା ,ଚାକିରି ,ଚାଷ ବେପାର ବାଣିଜ୍ୟ କ୍ଷେତ୍ରରେ କିପରି ବିକାଶ ହେବେ ଏହାର ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିବାକୁ ନିଷ୍ପତି ହୋଇଛି ।