ଜୟପୁର, ଜୟପୁର ସଦର ଥାନା ଅନ୍ତର୍ଗତ ପଲକାପୁଟ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରିବା ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରୀ ବିଭାଗ ଚଢାଉ କରିଛି । ଚଢାଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରି ଥିବା ବେଳେ ଅବକାରୀ ବିଭାଗ ବହୁ ମଦ ଭାଟି ଭାଙ୍ଗିଛି । ୨ ଶହ ଲିଟର ବିଷାକ୍ତ ଦେଶି ମଦ କୁ ଜବତ କରି ନଷ୍ଟ କରିଛି । ଘଟଣାସ୍ଥଳରୁ ମଦ ରନ୍ଧା ସରଞ୍ଜାମ, ଡ୍ରମ ଆଦିକୁ ଜବତ କରିଥିବା ଜୟପୁର ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି ।