ବ୍ରହ୍ମପୁର – ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ତଥା ପ୍ରତିଷ୍ଠାତା ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଦ୍ବାଦଶାହ ଅବସରରେ ପୂରାତନ ଛାତ୍ରମାନଙ୍କ ପକ୍ଷରୁ ବୁଧବାର ଦିନ ସ୍ଥାନୀୟ ପଞ୍ଚାୟତ ଭବନ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ତଥା ପୂର୍ବତନ ଛାତ୍ର ସଂସଦ ସଭାପତି ବି. କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଉକ୍ତ ହାଇସ୍କୁଲ ପୂର୍ବତନ ଶିକ୍ଷକ ଗଣେଶ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇଥିଲେ । ସେହିପରି କେ. ତ୍ରିନାଥ ପାତ୍ର , ୟୁ . ସୂର୍ଯ୍ୟନାରାୟଣ , ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ପଣ୍ଡା ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ ଅତିଥିବୃନ୍ଦ ଓ ପୂରାତନ ଛାତ୍ରମାନେ ସ୍ବର୍ଗତ ପାଢୀଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶୋକସଭା ପାଳନ କରିଥିଲେ । ଏହି ଅବସରରେ ଅତିଥିମାନେ ଓ ପୂରାତନ ଛାତ୍ରମାନେ ଉକ୍ତ ବିଦ୍ୟାଳୟରେ ସ୍ବର୍ଗତ ପାଢୀଙ୍କ ଅବଦାନ ଅତୁଳନୀୟ ରହିଥିବା ବେଳେ ତାଙ୍କରି ନିଷ୍ଠା , କାର୍ଯ୍ୟଦକ୍ଷତା ଓ ମନୋବଳ ଓ ମହୋନିୟତାର ପ୍ରଭାବରେ ଛାତ୍ରମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇଥିବା ପ୍ରକାଶ କରିଥିଲେ । ଏହାପରେ ସମସ୍ତ ଅତିଥି ଓ ପୂରାତନ ଛାତ୍ରମାନେ ସାହି ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚି ସ୍ବର୍ଗତ ପାଢୀଙ୍କ ପ୍ରତିମୂର୍ତ୍ତୀରେ ପୂଷ୍ପ ଦେଇଥିବା ଜଣାପଡିଛି । ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ କେଶବ ରାଓ , ଭାଗିରଥୀ ପଣ୍ଡା , ଶିବପ୍ରସାଦ ସାହୁ , ଏମ୍ . ଶୁକ୍ରୁ , ମନୋଜ ଚୌଧୁରୀ , ସିଏଚ୍ . ତ୍ରିପତୀ , କୁମୁଦ ପାଣିଗ୍ରାହୀ , ବାବୁ ବେହେରା , ଶ୍ରୀକାନ୍ତ ପାଢ଼ୀ , ପ୍ରଫୁଲ୍ଲ ଚନ୍ଦ୍ର ସାହୁ , ସୁଶାନ୍ତ ସେଠୀ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
Related Stories
November 23, 2024