
ଭଞ୍ଜନଗର – ଭାରୀଯାନ ଚାଳକ , ବିଶେଷ କରି ବସ ଏବଂ ଟ୍ରକ ଚାଳକ ମାନେ ମଦ୍ୟପାନ କରି ଗାଡି ଚଳେବାର ନଜିର ରହିଛି ..ଯାହlଫଳରେ ଦୁର୍ଘଟଣା ମାତ୍ରା ବୃଦ୍ଧି ପାଇବାରେ ଲାଗୁଛି | ଏହାକୁ ଗୁରୁତ୍ୱ ସହ ନିଆଯାଇଛି ତେଣୁ ଆଗାମୀ ଦିନ ରେ ବିଶେଷ ଭାବେ ବସ . ଟ୍ରକ ତଥା ଅନ୍ୟ ଭାରୀଯାନ ଚାଳକ ଯଦି ମଦ୍ୟପାନ କରି ଗାଡି ଚଳାଉ ଥିବେ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଏହାଛଡା ରାତ୍ରି ପେଟ୍ରୋଲିଙ୍ଗ ଜରଦାର କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଆଜି ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ସ୍କୁର୍ଡ ସମୀକ୍ଷା ବୈଠକରେ ନିଷ୍ପତି ନେଇଛନ୍ତି | ନକଲି ମଦ ପ୍ରସ୍ତୁତ କାରି ଏବଂ ବିକ୍ରେତା ଙ୍କ ଉପରେ ଧରାପକଡ଼କୁ ଜରଦାର କରାଯିବ | ବିଭିନ୍ନ ହୋଟେଲ ଏବଂ ଢ଼ାବା ଉପରେ ଚଢ଼ାଉ କରିବାକୁ ପୋଲିସ ଏବଂ ଅବକାରୀ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି | ମାଦକ ଦ୍ରବ୍ୟ ଚୋରା ଚାଲାଣ ଉପରେ ତୀକ୍ଷଣ ରଖିବାକୁ ନିର୍ଦ୍ଧେଶ ଦିଆ ଯାଇଛି | ଏହାଛଡା ବିଭିନ୍ନ ବେଆଇନ ଔଷଧ କାରବାର ଏବଂ ବିଭିନ୍ନ ଔଷଧ ଦୋକାନ ଉପରେ ନିଜର ରଖିବା ପାଇଁ ଡ୍ରଗ ଇନିସପେକେଟର ଙ୍କୁ ନିର୍ଦ୍ଧେଶ ଦିଅ ଯାଇଛି | ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ସୋରଡ଼ା ତହସିଲଦାର ଏ. କେ. ବସନ୍ତରାୟ, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଡ୍ରଗ ଇନିସ୍ପେକଟର ପ୍ରସନ୍ନ କୁମାର ମଲ୍ଲିକ, ଅବକାରୀ ଡେପୁଟି ସୱେରିଟେଣ୍ଡେଣ୍ଟ ଗଞ୍ଜାମ ଅଭିରାମ ବେହେରା, ଇନିସ୍ପେକଟର ଜୋସେପ କୁ ନାୟକ, ଭଞ୍ଜନଗର ଅବକାରୀ ଓ. ଆଇ ସି ପାର୍ଥ ସାରଥୀ ରାଉତ,ଆସ୍କା ଅବକାରୀ ଓ. ଆଇ ସି ବଳରାମ ସାହୁ, ସୋରଡ଼ା ଅବକାରୀ ଓ. ଆଇ. ସି ମୋହନ ପ୍ରଧାନ,ଭଞ୍ଜନଗର ଦକ୍ଷିଣ ଡିଭିଜନ ର ଡେପୁଟି ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ଉପସ୍ଥିତ ଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO