ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ କଲେଜ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ ଶିବିରଟି ତା-୦୬.୧୨.୨୦୧୯ ଠାରୁ ୧୯.୧୨.୨୦୧୯ ପର୍ଯ୍ୟନ୍ତ ଚାଲିଥିଲା। ଏହି ଶିବିରରେ ପ୍ରଶିକ୍ଷିକା ଶ୍ରୀମତୀ ଜ୍ୟୋତି ବେହେରା ଏବଂ ସୁଶ୍ରୀ ବର୍ଷା ସ୍ଵାଇଁ ବିଭିନ୍ନ କୌଶଳ ଛାତ୍ରୀ ମାନଙ୍କୁ ପ୍ରଦାନ କରିବା ସହିତ ସେମାନଙ୍କ ପ୍ରଶିକ୍ଷଣ ସୁଚାରୁରୂପେ ସମ୍ପାଦନ କରିଥିବାରୁ ନିଜକୁ ଗର୍ବିତ ବୋଲି କହିଥିଲେ। କଲେଜ ଅଧକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉଦଯାପନୀ ଉତ୍ସବରେ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଶ୍ରୀଯୁକ୍ତ ଯୁବରାଜ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା କୌଶଳକୁ ନିଜର ସୁରକ୍ଷା କ୍ଷେତ୍ରରେ ବିନିଯୋଗ କରିବା ସହିତ ସବୁ ଝିଅ ମାନଙ୍କୁ ଏହି କୌଶଳ ଶିକ୍ଷା ଦେଲେ ସେମାନେ ନିଜର ସୁରକ୍ଷା କରିପାରିବେ ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।
ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ଯୋଗଦେଇ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା କୌଶଳ ଶିକ୍ଷାଦାନ ମହାବିଦ୍ୟାଳୟ ମାନଙ୍କରେ ଉଚ୍ଚ ଶିକ୍ଷା ବିଭାଗ ପ୍ରଚଳନ କରିଥିବାରୁ ତାର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଡଃ ବିନୋଦ କୁମାର ଦାସ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ସହିତ ବୌଦ୍ଧିକ ଓ ନୈତିକ ଶିକ୍ଷାର ଆବଶ୍ୟକତା ମଧ୍ୟ ରହିଛି ବୋଲି ମତବ୍ୟକ୍ତ କରିଥିଲେ।ପ୍ରଶିକ୍ଷିକା ଦ୍ୱୟଙ୍କ ନେତୃତ୍ବରେ ଛାତ୍ରୀ ମାନେ ନିଜର ଆତ୍ମସୁରକ୍ଷା କୌଶଳ ଅତିଥି ମାନଙ୍କୁ ଦେଖାଇ ପୁରସ୍କୃତ ହୋଇଥିଲେ। ଅଧ୍ଯାପକ ତଥା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଚୌଧୁରୀ ଉଦ୍ଦେଶ୍ୟ ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପ୍ରଧାନ ମଞ୍ଚାସୀନ ଥିଲେ। ଉକ୍ତ ଉଦଯାପନୀ ଉତ୍ସବକୁ ଗ୍ରନ୍ଥାଗାରିକ ରଘୁନାଥ ପାଣି, ଡି.ଇ.ଓ ସରୋଜ କୁମାର ନାୟକ ଓ କଲେଜର ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।