କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଷ୍ଟେସନ ରୋଡ଼ ସ୍ଥିତ ପୁରୀ ଘୋଡ଼ାବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ମେଳାରେ ମୃତ୍ତିକା ସଂରକ୍ଷଣ ସହକାରୀ ନିର୍ଦେଶକ ଶୃତିନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ନିଜ ବକ୍ତବ୍ୟ ରେ ସେ କହିଥିଲେ ,ବିଜ୍ଞାନ ସମଗ୍ର ବିଶ୍ଵର ବିକାଶ ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛି । ଛାତ୍ରଛାତ୍ରୀ ନୂଆ ନୂଆ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ନିଜ ଅଞ୍ଚଳ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ସାଇରାମ ମଙ୍ଗରାଜ ଓ ରୁଦ୍ର ପ୍ରସାଦ ଦାଶ ସେଥିରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ୩୬୪ ପ୍ରକଳ୍ପ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ୭୭ଟି ପ୍ରକଳ୍ପ ଶିଶୁ ସଙ୍କୁଳସ୍ତରକୁ ମନୋନୀତ କରାଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ତାପସ ପ୍ରିୟଦର୍ଶନ ଉଦ୍ଯାପନୀ ସଭାରେ ଅତିଥିଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଶ୍ରୀମନ୍ଦିର ପରିସରରେ ବର୍ଷାଜଳ ଅମଳ ପ୍ରକଳ୍ପ କରି ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୀୟା ସୁହାନୀ ପାଢ଼ୀ ପୁରସ୍କୃତ ହୋଇଛନ୍ତି। ବାଲ୍ ବିଭାଗରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫେସର ଅଭିମନ୍ୟୁ ଭୂୟାଁ ସଭାରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ସୀମାଞ୍ଚଳ ପଣ୍ଡା, ଯୁଗ୍ମ ସମ୍ପାଦକ ବିକାଶ ଦତ୍ତ ଓ ପୂର୍ବ ପରିଚାଳନା ସମିତି ସମ୍ପାଦକ ଶ୍ୟାମକାହ୍ନା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ଦାସ ଓ ଆଚାର୍ଯ୍ୟ ଦୁର୍ଗା ପ୍ରସାଦ ସ୍ବାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Related Stories
November 23, 2024