
ବ୍ରହ୍ମପୁର,ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳରେ ଟାଟା ଜମି ଅଧଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ଏବଂ ଜିଲାପାଳ ଓ ଏସ୍ପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାର ୨୫ବର୍ଷ ପରେ ସୋମବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ରାୟ ପ୍ରକାଶ ବେଳେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୧୩ଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ। ୬୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଏଡିଜେ -୩ ରଜ କିଶୋର ଦାସ ଛତ୍ରପୁର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ସମେତ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ବିଚାରଣା ଚାଲିଥିବା ବେଳେ ୬ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୩ଜଣ ରୋଗରେ ଶଯ୍ୟାଶାୟୀ ରହିଥିବାରୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ସ୍ବତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉ କି, ୧୯୯୮ ଜୁନ୍ ୧୮ରେ ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ। ଗଞ୍ଜାମ ପୋଲିସ ଜିଲାର କାର୍ଯ୍ୟରତ ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୋବା ମେହେରଙ୍କୁ ଉକ୍ତ ବିସ୍ଥାପିତ ଲୋକମାନେ ହତ୍ୟା କରିଥିଲେ। ଏନେଇ ଅଭିଯୋଗ ପରେ ଛତ୍ରପୁର ଥାନାରେ ୧୧୫/୧୮୯୮ରେ ଦଫା ୩୦୨ ଅନୁସାରେ ମାମଲା ରୁଜୁ ହୋଇଥିଲା। ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସହ ୨୨ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO