
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ, ଓଡିଶା ଆନୁକୂଲ୍ୟରେ ରାଣୀ ସତୀଭବନ ପରିସରରେ ଶୈବ ତତ୍ତ୍ୱରେ ପଞ୍ଚୁପାଣ୍ଡଵ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଆଲୋଚନା ଚକ୍ରକୁ ଟ୍ରଷ୍ଟର ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ l ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା ଶ୍ରୀଜଗନ୍ନାଥ ସଂସ୍କୃତିରେ ଉଭୟ ଅଦ୍ଵିତମତବାଦ
ଓ ଦ୍ୱୈତ ଦର୍ଶନର ସମନ୍ୱୟ ଘଟିଛି l ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ଗୀତାର ନାୟକ ରୂପେ ପରମ ଦେବତା ଅଟନ୍ତି l ଏବଂ ଅର୍ଜୁନଙ୍କ ସମେତ ପଞ୍ଚ ପାଣ୍ଡଵ ତାହାଙ୍କର ଭକ୍ତ ଥିଲେ l ଯାହାକି ଦାସ ଭକ୍ତିର ପ୍ରତୀକ l ଏବଂ ଦୁର୍ବାସଙ୍କ ଦ୍ୱାରା ପ୍ରାପ୍ତ ମନ୍ତ୍ର ଦ୍ୱାରା ଦେବୀ କୁନ୍ତି ଧର୍ମ ଦେବତା, ପବନ ଦେବତା ଓ ଇନ୍ଦ୍ରଙ୍କ ଆବାହନ କ୍ରମେ ସେମାନଙ୍କ ଔରସରେ ଯୁଧିଷ୍ଠିର, ଭୀମ ଓ ଅର୍ଜୁନଙ୍କୁ ଜନ୍ମ ଦେଇଥିଲେ l ତେଣୁ ମହାଭାରତ ଯୁଗୀୟ ଚେତନାରେ ପଞ୍ଚୁ ପାଣ୍ଡବଙ୍କ ସ୍ୱରୂପ ଜମେଶ୍ବର, ଲୋକନାଥ, ମାର୍କଣ୍ଡେଶ୍ୱର, କପାଳମୋଚନ ଓ ନୀଳକଣ୍ଠେଶ୍ଵର ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ସହିତ ଶିବ ସ୍ୱରୂପରେ ସାମିଲ ହୋଇଥାନ୍ତି l ଆଲୋଚନା ଚକ୍ରରେ ସମ୍ମାନିତ ବକ୍ତା ଭାବେ ଯଥା କ୍ରମେ ଡକ୍ଟର ନରେଶ ଚନ୍ଦ୍ର ଦାଶ, ଐତିହାସିକ ମଦନ ମୋହନ ମହାପାତ୍ର, ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ, ଲକ୍ଷ୍ମୀ ପ୍ରସାଦ ମିଶ୍ର, ଶିବ ସୁନ୍ଦର ମିଶ୍ର, ଡକ୍ଟର ବଳରାମ ଦାଶ ଓ ଟ୍ରଷ୍ଟର ଉପଦେଷ୍ଟା ତଥା ଆଇନୀଜୀବୀ ପୁଷ୍କର ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ l ଆଲୋଚନା ଚକ୍ରରେ ସୁରେଶ କୁମାର ପଟ୍ଟନାୟକ, ଡକ୍ଟର ରମାକାନ୍ତ କର, ଡକ୍ଟର ପ୍ରମୋଦ କୁମାର ଦଳାଇ, ବିଜୟୀ ଲକ୍ଷ୍ମୀ ଦାଶ, ପଣ୍ଡିତ ସଦାଶିବ ମିଶ୍ର, ପଣ୍ଡିତ ଦୟାନିଧି ପଣ୍ଡା, ବିପିନ ବିହାରୀ ଦଳାଇ, ଅଶୋକ କୁମାର ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜ ମତ ଉପସ୍ଥାପନ କରିଥିଲେ l ଲେଖିକା ବିଜୟ ଲକ୍ଷ୍ମୀ ଦାଶଙ୍କ ପୁସ୍ତକ ବ୍ରତରେ ଶ୍ରେଷ୍ଠ ଏକାଦଶୀ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା l କାର୍ଯ୍ୟକ୍ରମ ଅବସରରେ ଡାକ୍ତର ଶୁଭେନ୍ଦୁ ମହାନ୍ତି, ଉର୍ମିଳା ସାମନ୍ତରାୟ, ସୁରେଶ କୁମାର ପଟ୍ଟନାୟକ ଓ ପର୍ଶୁରାମ ପାତ୍ର, ଅଧ୍ୟାପକ ଶ୍ରୀଯୁକ୍ତ ମିଶ୍ର ଓ ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ l ଶେଷରେ ସଦସ୍ୟ ଭବାନୀ ପ୍ରସାଦ ବଳିଆର ସିଂ ଧନ୍ୟବାଦ ଅର୍ପଣ କରିଥିଲେ l