
ଭୁବନେଶ୍ୱର, 2024 ଲୋକସଭା ନିର୍ବାଚନକୁ ନେଇ ଏକ ଜାତୀୟ ସ୍ତରୀୟ ସର୍ଭେର ରିପୋର୍ଟକୁ କପୋଳ କଳ୍ପିତ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ‘୧୯୯୫ରେ ଓଡ଼ିଶାରେ ବିଜୁ ବାବୁଙ୍କ ସରକାର ହେବ ରିପୋର୍ଟ କହିଥିଲା । ହେଲେ ୧୯୯୫ରେ କଂଗ୍ରେସ ସରକାରକୁ ଫେରିଥିଲା । ୨୦୨୪ରେ ବି ସେଇଆ ହେବ, ୧୦ରୁ ୧୨ ସିଟ୍ କଂଗ୍ରେସ ଜିତିବ ବୋଲି ଶରତ କହିଛନ୍ତି ।