

ଭଦ୍ରକ – ଚୋରା ମଦ ବିକ୍ରିକୁ ବିରୋଧ କରିବାକୁ ଯାଇ ଏକ ଦµତି ସେମାନଙ୍କ ଆକ୍ରମଣର ସମ୍ମୁଖୀନ ହେବା ଘଟଣା ଚଚ୍ର୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଳ ଥାନା ଅଧୀନସ୍ଥ ବାଉଦପୁର ତରପଦା ଗ୍ରାମର ଜନୈକ ବ୍ୟକ୍ତି ଚୋରା ମଦ ବେପାର କରିଆସୁଛନ୍ତି। ଏହି ମଦ ବେପାର େଯାଗୁଁ ଗ୍ରାମରେ ବହୁ ଅସାମାଜିକ ଘଟଣା ଘଟିଆସୁଥିଲା। ସକାଳୁ ରାତି ପର୍ଯ୍ୟନ୍ତ ବହୁଲୋକ ଏହି ମଦ ପିଇବାକୁ ଆସି ନିଶାଗ୍ରସ୍ତ ଅବସ୍ଥାରେ ଗ୍ରାମର ଝିଅ-ବୋହୂଙ୍କ ଠାରୁ ଆରମ୍ଭ କରି ବହୁ ଲୋକଙ୍କୁ ଅଶୋଭନୀୟ ଆଚରଣ ଦେଖାଇଥାନ୍ତି। ତେବେ ଏହି ଚୋରା ମଦ କାରବାରକୁ ଉକ୍ତ ଗ୍ରାମର ଶ୍ରୀଧର ଜେନା ଓ ତାଙ୍କ ପତ୍ନୀ ଉଷା ବିରୋଧ କରିଆସୁଥିଲେ। ଫଳରେ ମଦ ବେପାର କରୁଥିବା ପରିବାରର ଲୋକମାନେ ନିଜର ସ୍ବାର୍ଥରେ ବାଧା ଆସିବାରୁ ଏହି ଦµତିଙ୍କୁ ମିଳିତ ଭାବେ ଆକ୍ରମଣ କରିଛନ୍ତି। ପ୍ରଥମେ ଉଷା ଏହି ଚୋରାମଦ ବିକ୍ରିକୁ ବିରୋଧ କରିବାରୁ ତାଙ୍କୁ ବାଡି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଖବର ପାଇଁ ସ୍ବାମୀ ଶ୍ରୀଧର ବିଲରୁ କାର୍ଯ୍ୟ ଛାଡି ଘଟଣାସ୍ଥଳରେ ପହô ପ୍ରତିବାଦ କରିବାରୁ ସେ ମଧ୍ଯ ସେମାନଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। କେତେକ ଗ୍ରାମବାସୀ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ି କରିଥିବାବେଳେ ଏହି ଘଟଣାକୁ ନେଇ ଗ୍ରାମାଳ ଥାନାରେ ଏକ ମାମଲା ରୁଜୁ ହୋଇଛି।