ଭଦ୍ରକ – ଗାଁରୁ ସହରକୁ େଯାଡିବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରୁଛନ୍ତି ା ପ୍ରଧାନମନ୍ରୀ ଗ୍ରାମ୍ୟ ସଡକ େଯାଜନା ମାଧ୍ଯମରେ ଏହି ଗ୍ରାମ୍ୟ ରାସ୍ତା ଗୁଡିକ ଉନ୍ନତିକରଣ କରିବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି ା ହେଲେ ଏହି େଯାଜନା ରାସ୍ତା ନିର୍ମାଣର ସ୍ଥାୟୀତ୍ବକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା କେବଳ ଠିକାଦାର, ଯନ୍ରୀ ଓ ମନ୍ରୀ ମାନେ ଲାଲେଲାଲ ହେଉଥିବା ବେଳେ ରାସ୍ତାର ଭାଗ୍ୟ ବଦଳୁନାହó ା ଏପରି ଏକ ରାସ୍ତା ରହିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଆମ୍ବିଳିଗାଁ-ଧୁଷୁରୀ ରାସ୍ତା ା ଉକ୍ତ ୩.୮ କିମି ରାସ୍ତାକୁ ପ୍ରଧାନମନ୍ରୀ ଗ୍ରାମ୍ୟ ସଡକ େଯାଜନାରେ ଅନ୍ତର୍ଭୃକ୍ତ କରାଯାଇଛି ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ବର୍ଷ ମାଚ୍ର୍ଚ ମାସ ୮ ତାରିଖ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଡିସେମ୍ବର ମାସ ୭ ତାରିଖ କାର୍ଯ୍ୟ ସଂପୂର୍ଣ୍ଣ ହେବାର କଥା ା ହେଲେ ରାସ୍ତା ନିର୍ମାଣ ଅବଧି ଶେଷ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ରାସ୍ତାର ୬୦ ଭାଗ କାମ ଶେଷ ହୋଇନି ା ୧୪ଶହ ମିଟର କଂକ୍ରିଟ ଓ ଅବଶିଷ୍ଠ ପିଚୁ ହେବାକୁ ଥିବା ବେଳେ ଏହି ରାସ୍ତାରେ ଏକ କଲଭଟ ନିର୍ମାଣ ହେବାର ନିଦ୍ର୍ଧେଶନାମା ରହିଛି ା ହେଲେ ଆଜି ପର୍ଯ୍ୟନ୍ତ କଲଭଟ ନିର୍ମାଣ ହୋଇନଥିବା ବେଳେ କଂକ୍ରିଟ କିମ୍ବା ପିଚୁ କାମ ସଂପୂର୍ଣ୍ଣ ହୋଇନାହó ା େଯଉଁ କେତେକ ସ୍ଥାନରେ ପିଚୁ କାର୍ଯ୍ୟ ହୋଇଛି, ତାହା ଅତି ନିମ୍ନମାନ କାମ ହୋଇଛି ା ସେହିପରି େଯଉଁଠି କଂକ୍ରିଟ କାମ ହୋଇଛି କେତେକ ସ୍ଥାନରେ ପୁରୁଣା କଂକ୍ରିଟ ରାସ୍ତା ଉପରେ ନୂଆ କଂକ୍ରିଟ ପକାଇ କାମ କରାଯାଇଛି ା ଫଳରେ ରାସ୍ତାର ସ୍ଥାୟୀତ୍ବକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ା ପ୍ରକାଶ ଥାଉକି ଏହି ରାସ୍ତା ଉପରେ ଦୈନିକ ୬ଟି ପଂଚାୟତ ଜନସାଧାରଣ ଯାତାୟତ କରିଥାନ୍ତି ା ଗମନାଗମନକୁ ଆଖô ଆଗରେ ରଖି ଜନସାଧାରଣଙ୍କ ସୁବିଧା ନିମନ୍ତେ ସରକାର ପ୍ରଧାନମନ୍ରୀ ଗ୍ରାମ୍ୟ ସଡକ େଯାଜନାରେ ଏହି ରାସ୍ତାକୁ ଅନ୍ତର୍ଭୃକ୍ତ କରାଇ ରାସ୍ତା କାମ କରାଯାଉଥିବା ବେଳେ ନିମ୍ନମାନର କାମକୁ ନେଇ ସ୍ଥାୟୀତ୍ବ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା