ଭଦ୍ରକ- ଆମ ରାଜ୍ୟରେ ଇଂଲିସ୍ ମିଡିୟମ୍ ସ୍କୁଲ ପ୍ରତି ଅଭିଭାବକମାନଙ୍କ ଆକର୍ଷଣକୁ ଦୃଷ୍ଟିରେ ରଖô ରାଜ୍ୟ ସରକାରଙ୍କ ପକ୍ଷରୁ ୩୧୪ ଟି ବ୍ଲକ୍ରେ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ର ପ୍ରତିଷ୍ଠା ନିଶ୍ଚିତ ଭାବେ ଏକ ମହତ୍ ଲକ୍ଷ୍ୟ। ତେବେ ଏହି ବିଦ୍ୟାଳୟର ପରିକଳ୍ପନା କରିଥିବା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ସାଧୁ ଉଦ୍ୟମ ନିଶ୍ଚିତ ଭାବେ ସ୍ବାଗତେଯାଗ୍ୟ। ଏହି ବିଦ୍ୟାଳୟ ପ୍ରତିଷ୍ଠା ଦ୍ବାରା ଗ୍ରାମାଳରେ ଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବା ସହ ସେମାନେ ନିଶ୍ଚିତ ଭାବେ ସମୟପୋେଯାଗୀ ଶିକ୍ଷା ସହିତ ପାଦକୁ ପାଦ ମିଳାଇ ଚାଲିପାରିବେ ବୋଲି ଭଦ୍ରକ ବ୍ଲକ୍ସ୍ଥିତ ଓଲଙ୍ଗ ଠାରେ ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ ଅବସରରେ ଗଣଶିକ୍ଷା ମନ୍ରୀ ସମୀର ରଂଜନ ଦାସ ଆହ୍ବାନ ଦେଇଛନ୍ତି। ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷ ଶମ୍ଭୁନାଥ ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଉସôବରେ ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲା ପରିଷଦ ଅଧ୍ଯକ୍ଷ ଦ୍ବିଜବର ରାଉତ, ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ଜିଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ ଓ ରାଧାଶ୍ୟାମ ବେହେରା ପ୍ରମୁଖ େଯାଗଦେଇ ଏହି ବିଦ୍ୟାଳୟ ପ୍ରତିଷ୍ଠା ଦ୍ବାରା ବହୁ ଗ୍ରାମାଳର ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ। ତେବେ ଏହି ବିଦ୍ୟାଳୟ ସମେତ ପଂଚାୟତ କାର୍ଯ୍ୟାଳୟ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ପାଠାଗାରର ନବନିର୍ମିତ ଗୃହକୁ ମଧ୍ଯ ମନ୍ରୀ ଶ୍ରୀ ଦାସ ଉଦ୍ଘାଟନ କରିଥିଲେ।