ଭଦ୍ରକ – ପ୍ରତିବର୍ଷ ପରି ଏଥର ମଧ୍ଯ ଏହି ଜିଲାର ଚାଷୀମାନେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଦଲାଲଙ୍କ କବ୍ଜାରେ ପଡୁଥିବାର ଲକ୍ଷ୍ୟ କରାଯାଇଛି। ତେବେ ନିଜ ନିଜର ଋଣ ପରିଶୋଧ କରିବା ପାଇଁ ବାଧ୍ଯହୋଇ ଚାଷୀମାନେ ଏହି ଦଲାଲ ମୁହାଁ ହେଉଥିବାର ଜଣାପଡିଛି। ଏଠାରେ ସୂଚନାେଯାଗ୍ୟ ସାଧାରଣତଃ ଚାଷୀଟିଏ ବ୍ୟାଙ୍କ କିମ୍ବା ଗାଁ ଗହଳିର ମହାଜନ ଠାରୁ ଋଣ ଆଣି ଧାନ ଚାଷ କରିଥାନ୍ତି। ଏବଂ ତା ବିକ୍ରି କରିବା ପରେ ସୁଧ ସହ ଋଣ ପରିଶୋଧ କରିଥାନ୍ତି। ବଳକା ଅର୍ଥରେ ପରିବାର ପ୍ରତିପୋଷଣ ହୁଏ। ଧାନ ରୁଆ, ବୁଣା କାର୍ଯ୍ୟ ଠାରୁ ସାର ପକାଇବା, ଧାନ କଟା, ଉଠା ଓ ପିଟା ପର୍ଯ୍ୟନ୍ତ ଏହି ଋଣ ଅର୍ଥ ଚାଷୀ ବିନିେଯାଗ କରିଥାଏ। ଧାନକୁ େଯତେଶୀଘ୍ର ବିକ୍ରି କରିବେ ସେତେଶୀଘ୍ର ସେମାନଙ୍କ ମୁଣ୍ଡରୁ ଋଣ ଚିନ୍ତା ଦୂର ହେବ ବୋଲି ସେମାନେ ବୁଝିଥାଆନ୍ତି। କାରଣ ଋଣ ସୁଝିବାରେ ବିଳମ୍ବ ହେଲେ ସୁଧର ହାର ବୃଦ୍ଧି ପାଇବ। ଏହି ଆଶାରେ ନିଦ୍ର୍ଧାରିତ ଦର ଠାରୁ ବହୁ କମ୍ରେ ଚାଷୀମାନେ ସେମାନଙ୍କ ଧାନକୁ ଏହି ଦଲାଲ୍ ମାନଙ୍କୁ ବିକ୍ରି କରିଦେଉଥିବାର ଜଣାପଡିଛି। ପ୍ରତିଦିନ ଟ୍ରକ୍ ଟ୍ରକ୍ ଧାନ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶକୁ େଯଭଳି ଭାବେ ଚୋରା ଚାଲାଣ ହେଉଛି, ସେଥିପ୍ରତି ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କର କୌଣସି ଅଂକୁଶ ଥିବାର ମନେକରାଯାଉନାହó। ଚାଷୀମାନେ ଋଣ ସୁଝିବା ପାଇଁ ବ୍ୟସ୍ତ ବିବ୍ରତ ହେବାର ସୁେଯାଗରେ ଦଲାଲମାନେ ଏହାର ଫାଇଦା ନେଉଛନ୍ତି। ସରକାରୀ ସ୍ତରରେ ଖୋଲିବାକୁ ଯାଉଥିବା ମଣ୍ଡି କିମ୍ବା ସମବାୟ ସମିତି ମାଧ୍ଯମରେ ଧାନକ୍ରୟର ସୁବିଧା ଥିଲେ ସୁଦ୍ଧା ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଚାଷୀମାନେ ସେଠାରେ ଧାନବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ବୋଲି କହିଛନ୍ତି ଏହି ଜିଲାର ଭଦ୍ରକ ବ୍ଲକ୍ ଅଧୀନସ୍ଥ ଏକ ଆଗଧାଡିର ଚାଷୀ ଶରତ ମହାପାତ୍ର। ଦୈବ ଦୁର୍ବିପାକ କ୍ଷତି ସାଙ୍ଗକୁ ନିଦ୍ର୍ଧାରିତ ଦର ଠାରୁ କମ୍ ଦରରେ ଧାନ ବିକ୍ରି କରିବା ଫଳରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିପଡୁଛି। ଯାହାଦ୍ବାରା ଅଧିକାଂଶ ଚାଷୀ ଏବେ ଚାଷ ଉପରୁ ମୁହଁ ଫେରାଇ ଆଣିବାକୁ ବାଧ୍ଯ ହେଉଛନ୍ତି। ଭଦ୍ରକ ଜିଲାରେ ୨୦୧୯-୨୦ ଖରିଫ ଋତୁରେ ସରକାରଙ୍କ ପକ୍ଷରୁ ଚଳିତମାସ ୨୦ ତାରିଖରୁ ଧାନ କିଣା ଆରମ୍ଭ ହୋଇ ମାଚ୍ର୍ଚ ମାସ ୩୧ ତାରିଖରେ ଶେଷ ହେବାର ସ୍ଥିର ହୋଇଥିଲା। ସରକାରୀ ସ୍ତରରେ ଧାନ କ୍ବିାଲ ପ୍ରତି ୧୮୧୫ ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ ଚାଷୀମାନେ କ୍ବିାଲ ପ୍ରତି ୧୧୦୦ ରୁ ୧୨୦୦ ଟଙ୍କାରେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ଦଲାଲମାନଙ୍କୁ ବିକ୍ରି କରିବା ପାଇଁ ବାଧ୍ଯ ହେଉଛନ୍ତି। ଏ ସମସ୍ତ ଅଂଚଳରେ ପ୍ରାୟ ୮୦ ଭାଗ ଲୋକ କେବଳ ଧାନ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ଦଲାଲମାନେ ଏହି ଚାଷୀମାନଙ୍କୁ ନଗଦ ଅର୍ଥ ପୈଠ କରୁଥିବାବେଳେ ମଣ୍ଡିରେ ଅର୍ଥ ପୈଠରେ ଅହେତୁକ ବିଳମ୍ବ ଘଟୁଛି। ମଣ୍ଡିର ଖୋଲା ଆକାଶ ତଳେ ମିଲ୍କୁ ଯିବା ପୂର୍ବରୁ ମାସ ମାସ ଧରି ଧାନ ପଡିରହୁଛି। ଇତିମଧ୍ଯରେ ଏଠାରେ ଧାନ ଚୋରି ହେବାର ଅଧିକ ସମ୍ଭାବନା ରହିଛି। ମଣ୍ଡି ଦାୟିତ୍ବରେ ଥିବା ଅଧିକାରୀ ଜଣକର ପକ୍ଷପାତିତା ନୀତି େଯାଗୁଁ ବଡବଡିଆ ମାନଙ୍କ ଧାନକୁ ଆଗ ମିଲ୍କୁ ପଠାଯାଉଥିବାବେଳେ ଗରିବ ଚାଷୀମାନଙ୍କ ଧାନ ମାସ ମାସ ଧରି ମଣ୍ଡିରେ ପଡିରହୁଛି। ଏହି ଅବ୍ୟବସ୍ଥାକୁ ଆଖô ଆଗରେ ରଖô ଚାଷୀଟି ଧାନକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ଯ ହେଉଛି। ଏଭଳି ହେଲେ ଜିଲାରେ ନିଅିଆ ପରିସ୍ଥିତି ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମହଲରୁ ମତପ୍ରକାଶ ପାଇଛି। ଏଣୁ ଏଥିପ୍ରତି ଜିଲା ପ୍ରଶାସନ, େଯାଗାଣ ବିଭାଗ ଓ ସମବାୟ ସମିତି ମିଳିତ ଭାବେ ଦୃଷ୍ଟି ଦେବାକୁ ଦାବି ହୋଇଛି।
Related Stories
December 23, 2024