ପ୍ରତିଭା କେବେ ପୁରସ୍କାର କି ସମ୍ମାନ ପଛରେ ଗୋଡ଼ାଏ ନାହିଁ- କଥାକାର ଅଚୁ୍ୟତାନନ୍ଦ ପତି
ଭୁବନେଶ୍ୱର – ସାହିତ୍ୟ ସାଧନା ନିମନ୍ତେ ପ୍ରଚୁର ଅଧ୍ୟବସାୟ ଓ ଅନୁଭୂତି ଆବଶ୍ୟକ । କିଛି ପାଇବା ଆଶାରେ ଜଣେ ସାହିତି୍ୟକ ଲେଖେନାହିଁ । ଯଥାର୍ଥ ପ୍ରତିଭା କେବେ ପୁରସ୍କାର କି ସମ୍ମାନ ପଛରେ ଗୋଡ଼ାଏ ନାହିଁ ବୋଲି ପ୍ରସିଦ୍ଧ କଥାକାର ଶ୍ରୀ ଅଚୁ୍ୟତାନନ୍ଦ ପତି ପ୍ରକାଶ କରିଛନ୍ତି । ଆଜି ଅଖିଳ ମୋହନ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ ଅଖିଳ ଦିବସ କାର୍ଯ୍ୟକ୍ରମରେ ଜୀବନବ୍ୟାପୀ ସାଧନା ପାଇଁ ଶିଖର ସମ୍ମାନ ଗ୍ରହଣ କରିବା ଅବସରରେ ଶ୍ରୀ ପତି କହିଛନ୍ତି ଯେ ଲେଖକ ସବୁବେଳେ ଜୀବନ ଜୀଇଁବାକୁ ଏକ କଳା ଭାବରେ ଗ୍ରହଣ କରିଥାଏ ।
ନୋବେଲ ବିଜେତା ଫକ୍ନରଙ୍କ ଦୃଷ୍ଟାନ୍ତ ଦେଇ ଶ୍ରୀ ପତି କହିଥିଲେ ଯେ କୌଣସି ପୁରସ୍କାର ଲେଖକକୁ ବ୍ୟକ୍ତି ଭାବରେ ଦିଆନଯାଇ ତା’ର କୃତିକୁ ଦିଆଯାଏ । ସେ ସ୍ୱର୍ଗୀୟ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କୁ ନିଜର ସମସାମୟିକ ଭାବେ ଉଲ୍ଲେଖ କରି ତାଙ୍କ ଉଦେ୍ଧଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଫାଉଣ୍ଡେସନର ସଭାପତି ବରିÂ କବି ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ କବି ଓ ସ୍ତମ୍ଭକାର ଶ୍ରୀ କେଦାର ମିଶ୍ର ସମ୍ମାନୀତ କଥାକାର ଶ୍ରୀ ପତିଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାମକୃଷ୍ଣ ସାହୁ ଓ ସରୋଜିନୀ ସାହୁଙ୍କୁ ଅଖିଳ କବିତା ଓ ଗଳ୍ପ ସମ୍ମାନ ଏବଂ ଶକ୍ତି ମହାନ୍ତି ଓ ସୁଜିତ ପଣ୍ଡାଙ୍କୁ ଜ୍ଞାନଦା କବିତା ଓ ଗଳ୍ପ ସମ୍ମାନ ଅର୍ପଣ କରାଯାଇଥିଲା । ସମସ୍ତ ସମ୍ମାନିତ ପ୍ରତିଭା ପରବର୍ତୀ କାର୍ଯ୍ୟକ୍ରମରେ ନିଜ ନିଜର ଲେଖା ପାଠ କରିଥିବାବେଳେ ଏକ ବିମର୍ଶ ଅନୁÂିତ ହୋଇଥିଲା । ବିଶିଷ୍ଟ କବି ଶ୍ରୀ ସୂର୍ଯ୍ୟ ମିଶ୍ର ବିମର୍ଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡ. ଭାଗ୍ୟଲିପି ମଲ୍ଲ ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଜିମୂତବରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପାନ୍ଥନିବାସସ୍ଥିତ କଳିଙ୍ଗ କନଭେନସନ ହଲ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଲେଖକ, କବି, ଗବେଷକ, ଅଧ୍ୟାପକ ଓ ପତ୍ରପତି୍ରକା ସମ୍ପାଦକ ସମବେତ ହୋଇଥିଲେ ।