ରାଉରକେଲା, ରାଉରକେଲା ଇସ୍ପାତ କାରଖାନା ନିକଟରେ କର୍ମଚାରୀ ମାନଙ୍କୁ ପରୀକ୍ଷା କରାଇ ସେମାନଙ୍କୁ ଜୁନିୟର ଅଫିସରକୁ ପଦୋନ୍ନତି କରାଇବା ଘଟଣାରେ କୋଟି କୋଟି ଟଙ୍କାର ଲାଂଚ କାରବାର ହୋଇଥିବା ନେଇ କଥା କାରଖାନା ଭିତରେ ବାହାରେ ଉଠୁଛି ପଡୁଛି, ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ହସ୍ତକ୍ଷେପ କରି ଯାଂଚ ଆରମ୍ଭ କଲେ ବହୁ ମରମ କଥା ପଦାକୁ ଆସିବା ସହ ଅବସର ନେବାକୁ ଯାଉଥିବା ବାବୁ ମାନେ ଓ ବଡ ବଡିଆ ଆରଏସପି ବାବୁ ମାନେ କେତେ କୋଟି ପକେଟସ୍ଥ କରିଛନ୍ତି ତାହା ପଦାକୁ ଆସିବା ସହ ଏହି ପଦୋନ୍ନତିରେ ଅନ୍ୟାୟର ଶୀକାର ହୋଇଥିବା କର୍ମଚାରୀ ମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ମତପ୍ରକାଶ ପାଇଛି ।
ଖବରରୁ ଜଣାପଡିଛି ଯେ, ଆରଏସପିର ୬୦୦ କର୍ମଚାରୀଙ୍କୁ ଏହି ସୁବିଧା ଦେବାକୁ ଜୁନିୟର ଅଫିସର ପରୀକ୍ଷା ଦେବାକୁ ପଡିଥିଲା, ତେବେ ସେହି ପ୍ରଶ୍ନପତ୍ର ପଦାକୁ ଆସିଯିବାରୁ ପୁର୍ନବାର ଏହାର ଲିଖିତ ପରୀକ୍ଷା ଓ ମୌଖିକ ପରୀକ୍ଷା ଗତ ଏପ୍ରିଲ ମାସରେ କରାଯାଇ ମଇ ମାସରେ ଏହାର ଫଳ ପ୍ରକାଶ ପାଇଥିଲା । ତେବେ ଏହି ପରୀକ୍ଷାରେ ଅଧିକରୁ ଅଧିକ ଜୁନିୟର ପିଲା ଲାଭବାନ ହୋଇଥିବା ବେଳେ ବହୁ ବରିଷ୍ଠ ମାନେ ପଛରେ ରହିଯାଇଥିଲେ । ତେବେ ପଦୋନ୍ନତି ପାଇଥିବା ବାବୁ ମାନେ ନିଜର ଜିଏମ ମାନଙ୍କ ଆଦେଶରେ ରାଉରକେଲା କ୍ଲବ ଓ ଜର୍ମାନ କ୍ଲବରେ ପାର୍ଟି ପରେ ପାର୍ଟି ଦେଇ ମସଗୁଲ ହେବା ଆରମ୍ଭ କରିବା ପରେ ଏଥିରେ କେତେବଡ କାରବାର ହୋଇଛି ତାହା ପଦାକୁ ଆସିବା ଆରମ୍ଭ କରିଛି ।
ଖବରରୁ ଜଣାପଡିଛି ଯେ, ଏହି ପରୀକ୍ଷା ସରିବା ପରେ ଆରଏସପିର ଅବସର ନେବାକୁ ଯାଉଥିବା ଇଡି ଓ କାରଖାନାର ସର୍ବେ ସର୍ବା କହୁଥିବା ଜଣେ ବାବୁ ଏଥିଲାଗି କେତେକ ଦଲାଲଙ୍କ ମାଧ୍ୟମରେ ଜାଲ ପକାଇବା ଆରମ୍ଭ କରିଥିଲେ। ପରେ ଚାକିରୀ କାଳ ଅଧିକ ସମୟ ଥିବା ଜୁନିୟର କର୍ମଚାରୀ ମାନଙ୍କୁ ବୁଝାଇ ଦିଆଗଲା ୧୦ ଲକ୍ଷ ଦେଇ ଏହି ପଦୋନ୍ନତି ନେଲେ ଜୀବନ ବହୁ ଲମ୍ବା ଚାକିରୀ କାଳରେ ଅନେକ ରୋଜଗାର କରିବାର ସୁଯୋଗ ରହିଛି, ତେଣୁ ସାର ମାନଙ୍କୁ ଖୁସି କରିବା ଲାଗି ୧୦ ଲକ୍ଷ ଯୋଗାଡ କରି ପାଶ ହେବାର ଆର୍ଶିବାଦ ନେବାଲାଗି ବ୍ୟବସ୍ଥା କର । ପରେ ଏହାକୁ ହିସାବ କରି ବହୁ କର୍ମଚାରୀ କୁଆଡେ କୋଅପରେଟିଭ, ବ୍ୟାଙ୍କ ଆଦିରୁ ରୁଣ ଉଠାଇ ଏହି ଅର୍ଥ ଦଲାଲ ମାନଙ୍କୁ ଦେବା ପରେ ସେମାନଙ୍କୁ ଏହି ପ୍ରମୋଶନ ମିଳିଥିବା କୁହାଯାଉଛି । ଏହାଦ୍ଵାରା ଅନେକ ବରିଷ୍ଠ କର୍ମଚାରୀ ନିରାଶ ହେବା ସହ ଏହି କାରବାରରେ ସେମାନେ ପଛରେ ରହିଗଲେ, ବିଫଳ ହେଲେ ବୋଲି ନିରାଶ ହୋଇଥିବା ଖବର ମିଳିଛି । ତେବେ ଏହି କାରବାରରେ ଦୁଇ ଜଣ ଅଧିକାରୀ ଶହ ଶହ କୋଟି ଟଙ୍କା ପକେଟସ୍ଥ କରିଥିବା ବେଳେ କିଛି ତଳିଆ କର୍ମଚାରୀ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରିଥିବା ଖବର ମିଳିଛି । ବିଶେଷ କରି କର୍ମଚାରୀ ମାନଙ୍କର ନିକଟସ୍ଥ ଅଧିକାରୀ ମାନେ ଏହି କାରବାରର ମୁଖ୍ୟ ଯୋଗାଯୋଗକାରୀ ହୋଇଥିବା ଖବର ମିଳିଛି । ଏହି ଖୁସିକୁ ଅଧିକ ଗରମ କରିବା ଲାଗି ସେହି ଜେଓ ମାନଙ୍କର ଜିଏମ ମାନେ କୁଆଡେ ବାବୁ ମାନଙ୍କୁ ଆପ୍ୟାୟିତ କରିବା ଲାଗି କ୍ଲବ ଗୁଡିକରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଉଥିବା ଖବର ମିଳିଛି ।୧୦ ଲକ୍ଷ ଲାଂଚ ଦେବା ପରେ ପୁଣି ପାର୍ଟି ଲାଗି ବାବୁ ମାନେ ବାଧ୍ୟ ହୋଇ ପିଆଲାର ସ୍ଵରରେ ଗପିବା ମାମଲା କଥା ପଦାକୁ ଆଣିଥିବା କୁହାଯାଉଛି । ରାଉରକେଲା ଅରଏସପିରେ ଏତେ ବଡ କାରବାର କରି ଶହ ଶହ କୋଟି ଲୁଟିନେବା ଘଟଣାକୁ ସିବିଆଇ ପକ୍ଷରୁ ଯାଂଚ କରାଜିବା ଲାଗି ଦାବି ହେଉଛି । ଏଠି ସିବିଆଇ ତାର ଅଫିସ ର ଷ୍ଟାଫ୍ ସଂଖ୍ୟାକୁ କମେଇ ଦେଇ କେବଳ ଦୁଇ ଜଣ କର୍ମଚାରୀଙ୍କୁ ଅଫିସ ଜଗାଇଥିବାରୁ ଏଭଳି ଲୁଟ ପାଟ ଲାଗି ବାବୁ ମାନେ ସାହାସ କରୁଥିବା କୁହାଯାଉଛି । ତେଣୁ ଏହି ଘଟଣା ସଂପର୍କରେ ସିବିଆଇ ଏସପି ଡାଇରେକ୍ଟର ଦୃଷ୍ଟି ଦେଇ ଅବସର ନେବାକୁ ଯାଉଥିବା ବାବୁ ଓ ସର୍ବେସର୍ବା ବାବୁଙ୍କୁ ତଦନ୍ତ ପରିସରକୁ ଆଣିଲେ ବହୁ ରହସ୍ୟ ପଦାକୁ ଆସିବା ସହ ଏମାନଙ୍କର ପ୍ରକୃତ ରୁପ ପଦାରେ ପଡିବ ବୋଲି ମତପ୍ରକାଶ ପାଇଛି ।