କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ନୂଆ ଜଗନ୍ନାଥ ସଡ଼କ, ସୁରକ୍ଷା ସମିତି ତରଫରୁ ପୁରୀ ସର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ସମ୍ମିଳନୀରେ ସମିତିର ଆବାହକ କୃଷ୍ଣ ଚନ୍ଦ୍ର ଜଗଦେବ କହିଛନ୍ତି ଯେ ନୂଆ ଜଗନ୍ନାଥ ସଡ଼କ ରାମେଶ୍ୱର ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ରାସ୍ତା ପୂର୍ବରୁ ଜାତୀୟ ରାଜପଥ ଭାବରେ ଘୋଷିତ ହୋଇଛି |
ପୁରୀକୁ ସଂଯୋଗ କରୁଥିବା ପୁରୀ ଜିଲ୍ଲାର ନୂତନ ଜଗନ୍ନାଥ ସଡ଼କ ଯାତାୟାତ ପାଇଁ ଜୀବନ ରେଖା ପାଲଟିଛି |
ଏହି ରାସ୍ତା ଦକ୍ଷିଣ ଏବଂ ପଶ୍ଚିମ ଓଡିଶା ସହିତ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ପୁରୀ ସହର ସହିତ ସଂଯୋଗ କରୁଛି ଜାତୀୟ ରାଜପଥ ମାନ୍ୟତା ପାଇବା ପରେ ମଧ୍ୟ୍ୟ ସେତେବେଳର କାର୍ଯ୍ୟରତ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ପୁରୀଜିଲ୍ଲାପାଳ ଜମି ଅଧିଗ୍ରହଣ ଭଳି କୌଣସି ବୈଠକ କରିନଥିଲେ |ଏଭଳି ଅବହେଳା ପାଇଁ ଆଜି ବି ମଧ୍ୟ ସେହି ରାସ୍ତା ଅବହେଳିତ ହୋଇ ରହିଯାଇଛି | ଜାତୀୟ ରାଜପଥ ମାନ୍ୟତା ପ୍ରଦାନ ନିମନ୍ତେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମଧ୍ୟ ଅବଗତ କରାଯାଇଛି |ସମିତି ତରଫରୁ ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ବିଧିବଦ୍ଧ ଭାବେ ଘୋଷଣା କରିବା ପାଇଁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି |ଏହି ଦସ୍ତଖତ ନଥି ଯଥାଶୀଘ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପ୍ରଦାନ କରାଯିବ |ଏହି ସାମ୍ବାଦିକ ସମ୍ମିଳନୀରେ ଆଦିକନ୍ଦ ଶ୍ରୀଚନ୍ଦନ ,କାମାକ୍ଷା ପ୍ରଧାନ,ବିଶ୍ୱଜିତ ବଡ଼ଜେନା ଙ୍କ ସମେତ ସମିତିର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ |
Related Stories
May 14, 2024