କନ୍ଧମାଳ, ରବିବାର ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜରଙ୍କ ସହାୟତାରେ ସାର୍ତାଗୁଡ଼ା ସ୍ଥିତ ବେଦାନ୍ତ ଆଶ୍ରମ ଠାରେ ଜଙ୍ଗଲ ସୁରକ୍ଷା ସଚେତନତା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ସକାଳ ୯ଟାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ କିସମର ବୃକ୍ଷଚାରା ରୋପଣ କରାଯାଇ ଏହାର ଯତ୍ନ ନିଆଯିବ ବୋଲି ସଭାନେତ୍ରୀ ଶ୍ରୀମତୀ ବିରାଜିନୀ ମହାପାତ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ୍ ସଦସ୍ୟ ଓ ସେମାନଙ୍କ ନିକଟ ସଂପର୍କୀୟ, ସାମ୍ବାଦିକ, ସମାଜସେବୀ, ପରିବେଶବିତ ଓ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଯୋଗ ଦେଇଥିଲେ।
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦିକା ସୁନିତୀ ଆଚାରୀ, ବରିଷ୍ଠ ସାମ୍ବାଦିକ ତଥା ରୋଟାରିଆନ ସୁନୀଲ ପଟ୍ଟନାୟକ, ପୂର୍ବତନ ସଭାପତି ହରିଶ୍ଚନ୍ଦ୍ର ମହାରଣା, ବିରଜା ପ୍ରସାଦନାହକ, ପ୍ରଶାନ୍ତ ପାଣିଗ୍ରାହୀ, ପ୍ରସନ୍ନ ପଣ୍ଡା, ଦେବେନ୍ଦ୍ର ପାତ୍ର, ରବିନାରାୟଣ ସୁବୁଦ୍ଧି, କୁନ୍ଦନ ସିଂ, ସଞ୍ଜିତ ପାତ୍ର, ସୁନୀତା ରାଣୀ ନାୟକ, ଅନୀତା ପଟ୍ଟନାୟକ, ଶୁଭ୍ରା ରାଣୀ ପଟନାୟକ, ପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।