ଭୁବନେଶ୍ୱର, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ଯାଉ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ପ୍ରଧାନ କହିଛନ୍ତି, କରୋନା ସମୟରେ ଗୋଟେ ଦ୍ୱାର ଖୋଳାଯାଇ ଅନ୍ୟ ଦ୍ୱାର ବନ୍ଦ କରାଯାଇଥିଲା, ଏବେ କରୋନା ଡର ନାହିଁ ପୁରୀ ର ନୂଆ ପରିକଳ୍ପନାରେ ଶ୍ରୀମନ୍ଦିର ସୁନ୍ଦର ଦେଖାଯାଉଛି । ଚାରୋଟି ଦ୍ୱାର ଖୋଳାଯାଉ । ପୁରୀବାସୀ ଏବଂ ଅନେକ ହିନ୍ଦୁ ଲୋକେ ପୁରୀରେ ଆସି ରୁହନ୍ତି ସେମାନେ ବିଭିନ୍ନ ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ଜଗା ସାଙ୍ଗରେ ନିତିଦିନିଆ ସମ୍ପର୍କ, ଭାବ ଅଛି ଜଗା ସହିତ । ବୟସ୍କ ଲୋକେ, ମା ମାନେ ଦର୍ଶନ କରିଥାନ୍ତି । ସେଥିପାଇଁ ଚାରୋଟି ଦ୍ୱାର ହୋଇଥିଲା ସ୍ଥାୟୀ ଭାବେ ଅଟକାଇବା ଭଲ ହେବନି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, ଅନନ୍ୟ ପରମ୍ପରାର ମନ୍ଦିର, ସବୁ ଖୋଲା ମେଲା, ଅବାଧରେ ଦର୍ଶନ ହୋଇଥାଏ । ଚାରୋଟି ଦ୍ୱାର ଭକ୍ତଙ୍କ ଭାବାବେଗ ଅଛି, ଖୋଲିବା ନିତ୍ୟାନ୍ତ ଜରୁରୀ । ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଖୋଲିବା ଉଚିତ ହେବ । ଭଗବାନଙ୍କ ସାଙ୍ଗରେ ଲୋକଙ୍କର କୌଣସି ବାଧକ ନହେଉ । ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି।