
ଭୁବନେଶ୍ୱର, କଟକ ମାଲଗୋଦାମରୁ ନକଲି ମସଲା କାରଖାନା ଠାବ ମାମଲାରେ ବ୍ୟବସାୟୀ ଅରୁଣ କୁମାର ଗନ୍ତାୟତଙ୍କୁ ଗିରଫ କରାଯାଇଛି । ମାଲଗୋଦାମ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଜୋନ ୧ ଏସିପି ଅରୁଣ କୁମାର ସ୍ବାଇଁ ଏହି ସୂଚନା ଦେଇଛନ୍ତି
ଉଲ୍ଲେଖନୀୟ ଯେ ଶୁକ୍ରବାର ଦିନ ଏହି ନକଲି ମସଲା କାରଖାନା ଠାବ ହୋଇଥିଲା । ସିଏମସି ଓ ମାଲଗୋଦାମ ଥାନା ପୋଲିସ ମିଳିତ ଚଢାଉ କରି ୨୦ ବସ୍ତା ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଜବତ କରିଥିଲେ। ଏହା ସହ ଚାଉଳ ଚୁନା ଓ ରାସାୟନିକ ରଙ୍ଗ ମଧ୍ୟ ଜବତ କରାଯାଇଥିଲା। ତେବେ ଏହା ଆଉ କେଉଁ ଅଞ୍ଚଳକୁ ଚାଲାଣ ହେଇଥିଲା ସେ ନେଇ ତଦନ୍ତ କରାଯାଉଛି ବୋଲି ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି ।