ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅରତାଳ ପଂଚାୟତର ଅଜରାଇ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଦିନ ଶିକ୍ଷକଙ୍କ ଅବହେଳା, ବିଳମ୍ବରେ ଉପସ୍ଥିତ, ପାଠ ପଢାରେ ଅବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ନିମ୍ନ ମାନର, ଅପରିଷ୍କାର ପରିବେଶ, ଶିଶୁ ମାନେ ସଫା ସୁତରା କରି ପାଠ ପଢାରେ ବ୍ୟାଘାତ, ଶିକ୍ଷକ ପାଠ ପଢାଇବା ପରିବର୍ତ୍ତେ ଛାତ୍ର ପାଠ ପଢାଇବା ଭଳି ସ୍ଥିତି ଦେଖିବାକୁ ମିଳିଛି। ପ୍ରତିଦିନ ଶିକ୍ଷକଙ୍କ ମନ ଇଛାରେ ଚାଲିଛି ବିଦ୍ୟାଳୟ। ଫଳରେ ଛାତ୍ରଛାତ୍ରୀ ବାହାରେ ବୁଲୁଥିବା ବେଳେ ଶିକ୍ଷକଙ୍କୁ ଅଭିଭାବକ ମାନେ ଏନେଇ ତାଗିଦ କଲେ ମଧ୍ୟ ଫଳ ଶୂନ। ଯାହାକୁ ନେଇ ଆଜି ଅଭିଭାବକମାନେ ଏହାର ପ୍ରତିବାଦ କରିବା ସହ ଶିକ୍ଷକଙ୍କୁ ଜବାବ ମାଗିଥିଲେ।
ପ୍ରଧାନ ଶିକ୍ଷକଙ୍କୁ ଫୋନରେ ଯୋଗାଯୋଗ କରିବାରୁ, ଆଜିର ଘଟଣା ବିଷୟରେ ଜ୍ଞାତ ନାହିଁ, କିନ୍ତୁ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ପ୍ରକାଶ କରିଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ତିନି ଗୋଟି ଶିକ୍ଷକ (ଗଣ ଶିକ୍ଷକ) ଜଣେ ପ୍ରଧାନ ଶିକ୍ଷକ ଥିବା ପ୍ରକାଶ କରିଥିଲେ। ଏଠାରେ ସାଧାରଣରେ ପ୍ରଶ୍ନ ଯେ, ସରକାର ଶିକ୍ଷା ବିଭାଗ, ଶିକ୍ଷା କ୍ଷେତ୍ରରେ ବାଃ ବାଃ ନେଉଥିବା ବେଳେ ଭବାନୀପାଟଣା ସଦର ମହକୁମା ଅଜରାଇ ଗ୍ରାମରେ ଶିକ୍ଷକ ନିଯୁକ୍ତିରେ କାହିଁକି ବିଳମ୍ବ, ଯଥା ଶୀଘ୍ର ଏହାର ସୁବ୍ୟବସ୍ଥା କରିବାରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।