
କୋରେଇ, କୋରେଇ ବ୍ଲକ ଗୋଲେଇପୁର ଗ୍ରାମପଞ୍ଚାୟତର ହାଟସାହି ଗ୍ରାମର ଶତାୟୁ ମହିଳା ଗୁଣ୍ଡୁଚି ଦାସ (୧୦୫) ଙ୍କର ଚଳିତ ମାସ ୧୧ ତାରିଖ ଦିନ ପରଲୋକ ଘଟିଛି । ସ୍ଵର୍ଗତା ଦାସ ଜଣେ ଧର୍ମପରାୟଣା ଓ ମିଷ୍ଟଭାଷୀ ତଥା ପ୍ରକୃତି ପ୍ରେମୀ ମହିଳା ଭାବେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ଥିଲେ । ଏଥି ସହ ସେ ସ୍ଥାନୀୟ ଅଂଚଳର ରାସ୍ତା କଡ଼ ଦେବାଳୟ ଆଦି ସ୍ଥାନରେ ଚାରା ରୋପଣ କରି ବଡ଼ ବଡ଼ ଗଛରେ ପରିଣତ କରିଛନ୍ତି । ତେବେ ଗତକାଲି ତାଙ୍କର ଏକାଦଶାହ ଉପଲକ୍ଷେ ତାଙ୍କର ସମାଧି ପୀଠ ନିକଟରେ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଦସ୍ୟ ମାନଙ୍କ ଦ୍ବାରା ଏକ ବଟବୃକ୍ଷର ଚାରା ରୋପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଗ୍ରୁପର ସଭାପତି ତଥା ସ୍ଵର୍ଗତା ଦାସଙ୍କ ନାତି ଅଶୋକ କୁମାର ଦାସ, ସମ୍ପାଦକ ମେଘନାଦ ଜେନା, ଉପଦେଷ୍ଟା ସୁବାସ ଧଳ, ତାରିଣୀ ପଟ୍ଟନାୟକ, ପ୍ରଦୀପ କୁମାର ମାଝୀ, ସୋଭିନ ପରିଡ଼ା, ହରେକୃଷ୍ଣ ପଣ୍ଡା, ସଂଗ୍ରାମ ଗିରି ପ୍ରମୁଖ ଯୋଗ ଦେଇଥିଲେ ।